ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ବିକାଶ

କେନ୍ଦ୍ରାପଡ଼ା,୧ା୪ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଏହି ଜିଲା ମାନ୍ୟତାକୁ ୩୧ ବର୍ଷ ବିତିଛି। ଜିଲା ଗଠନ ପରେ ଏହାର ବିକାଶକୁ ନେଇ ସ୍ବପ୍ନ ଦେଖିଥିବା ଜିଲାବାସୀ ଏବେବି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଦିନ କାଟୁଛନ୍ତି। ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା, ସୁବିଧା ଓ ଉନ୍ନୟନ ଯୋଜନା ପହଞ୍ଚି ପାରି ନ ଥିବା ବେଳେ କର୍ମ ନିଯୁକ୍ତି ଏକ ବଡ଼ ସମସ୍ୟା ହୋଇଛି। କୃଷି ଅର୍ଥନୀତିଭିତ୍ତିକ ଏହି ଜିଲା ଅର୍ଥନୀତି ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଅଛି। ତୃଣମୂଳସ୍ତରରେ ଯୋଜନା ପହଞ୍ଚିବା ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଜରୁରୀ ବୋଲି ମତାମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ସହିତ ଅବିଭକ୍ତ କଟକ ଜିଲାରୁ ପଡୋଶୀ ଯାଜପୁର ଓ ଜଗତସିଂହପୁର ଜିଲା ଗଠନ ହୋଇଥିଲା। ଏହି ଦୁଇ ଜିଲାରେ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟରେ ଆର୍ଥିକ ଓ ସାମାଜିକ ବିକାଶ ହେଉଥିବା ବେଳେ କେନ୍ଦ୍ରାପଡ଼ା ଖୁବ ପଛରେ ରହିଛି। ଜିଲାରେ ଏବେ ୧୬ ଲକ୍ଷରୁ ଅଧିକ ଅଧିବାସୀ ୧୫୯୨ ରାଜସ୍ବ ଗ୍ରାମରେ ଅଛନ୍ତି। ରାଜ୍ୟର ସର୍ବପ୍ରଥମ ମ୍ୟୁନିସିପାଲିଟି ଭାବେ କେନ୍ଦ୍ରାପଡ଼ାକୁ ମାନ୍ୟତା ଦିଆଯାଇଛି। ହେଲେ ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା ପହଞ୍ଚି ପାରି ନାହିଁ। ଅଦ୍ୟାବଧି ଜିଲାର ୧୬ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ସହ ଆପାତକାଳୀନ ସମୟରେ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସତ୍ତ୍ୱେ କେତେକ ପଡା ଅଞ୍ଚଳକୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ପୂରଣ ହୋଇ ପାରୁ ନ ଥିବାରୁ ଜିଲାବାସୀଙ୍କ ସୁଖଦ ସ୍ବପ୍ନ ହଜିଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ଶିଳ୍ପବିହୀନ ଏହି ଜିଲାରେ କର୍ମ ନିଯୁକ୍ତି ଏକ ବଡ଼ ସମସ୍ୟା। ୫୭ ହଜାରରୁ ଅଧିକ ବୈଷୟିକ ଡିଗ୍ରୀଧାରୀ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ନିଯୁକ୍ତି ମିଳିପାରୁ ନାହିଁ। ଯୁବବର୍ଗ ହୋଇ ଜିଲା ବାହାରେ କର୍ମ ଅନ୍ବେଷଣରେ ଅଛନ୍ତି। ପ୍ରତି ସପ୍ତାହରେ ଦାଦନ ଯନ୍ତ୍ରଣାଜନିତ ଖବର ଜିଲାରେ ପହଞ୍ଚୁଛି। ଏପରି କି କରୋନା ସଂକ୍ରମଣ ସମୟରେ ଜିଲାର ପ୍ରାୟ ୩ ଲକ୍ଷ ଶ୍ରମିକ ପ୍ରବାସରୁ ଫେରିଥିବା ଏକ ବେସରକାରୀ ସଂସ୍ଥାର ସର୍ଭେରୁ ଜଣାପଡିଛି। ସାମାଜିକ କର୍ମୀ ହରେକୃଷ୍ଣ ପାତ୍ର କୁହନ୍ତି, ନିର୍ବାଚନ ସମୟରେ ବରୁଣେଇ ବନ୍ଦର, ପାୱାର ଥର୍ମାଲ ପ୍ଲାଣ୍ଟ, ନଦୀଭିତ୍ତିକ ବନ୍ଦର, ଶିଳ୍ପ ପ୍ରତିଷ୍ଠା, ଜାତୀୟ ଉଦ୍ୟାନର ସୁରକ୍ଷା, ଐତିହ୍ୟର ପୁନରୁଦ୍ଧାର, ବିଭିନ୍ନ ନଦୀରେ ସେତୁ, ମେଡିକାଲ କଲେଜ, କୃଷିଭିତ୍ତିକ ଶିଳ୍ପ, କେନ୍ଦ୍ରାପଡ଼ା ବିଶ୍ୱବିଦ୍ୟାଳୟ, ବିଇଡି କଲେଜ ଆଦିର ପ୍ରତିଷ୍ଠା ନେଇ ରାଜନେତା ସ୍ବପ୍ନ ଦେଖାଉଥିବା ବେଳେ ଅଦ୍ୟାବଧି ତାହା ପୂରଣ ହୋଇନାହିଁ। କୃଷି ପାଇଁ ଜଳ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ଜିଲାର କୃଷକ ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟା ମଧ୍ୟରେ ରହି ଅର୍ଥକରୀ ଫସଲ ଉପତ୍ନ୍ନ କରିପାରୁନାହାନ୍ତି। ସେହିପରି ମଣ୍ଡି ଓ ଶୀତଳଭଣ୍ଡାର, ତାଲିମ ଆଦି କ୍ଷେତ୍ରରେ ଜିଲା ଢ଼େର ପଛୁଆ ଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ମନୋଜ ନାୟକ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଜଙ୍ଗଲ ଅଞ୍ଚଳ ଏବେ ଅନୁପ୍ରବେଶକାରୀଙ୍କ କବଳରେ ଅଛି। ପାରାଦୀପ ଚଣ୍ଡିଖୋଲ ରାଜପଥ କେନ୍ଦ୍ରାପଡ଼ା ମଧ୍ୟରେ ୪୫ କି.ମି. ଅଛି। ଏହି ବାଟ ଦେଇ ଯାତାୟାତ କରୁଥିବା ପରିବହନ ଗାଡ଼ି ଧକ୍କାରେ ଜିଲାବାସୀ ମୃତାହତ ହେଉଥିଲେ ମଧ୍ୟ ଜଗତ୍‌ସିଂହପୁର, କେନ୍ଦୁଝର, ଯାଜପୁରର ଶିଳ୍ପ ଓ ଖଣି ଅଞ୍ଚଳରୁ ସିଏସ୍‌ଆର ବାବଦରେ ଟଙ୍କାଟିଏ ମିଳୁନାହିଁ। ଜିଲାର ତୃଣମୂଳ ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଜରୁରୀ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image