କୃଷି, ଶିକ୍ଷାର ବିକାଶକୁ କରାଯିବ ତ୍ୱରାନ୍ବିତ: କନ୍ଧମାଳ ଏମ୍‌ପି

ରାଇକିଆ,୧୫।୮(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆଠାରେ ଗୁରବାର ୭୮ତମ ସାଧୀନତା ଦିବସ ପାଳିତ ହୋଇଯାଇଛି। ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଯୋଗଦେଇତ ପତାକା ଉତ୍ତୋଳନ କରିଥିଲେ।

କନ୍ଧମାଳରେ ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ବିକାଶକୁ ତ୍ୱରାନ୍ବିତ କରାଯିବ ବୋଲି ଅଭିଭାଷଣ କହିଥିଲେ। ଏଥିସହ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଜିଲାର ଛାତ୍ରୀଛାତ୍ରମାନେ କିପରି ସଫଳତା ପାଇପାରିବେ ସେ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଅନୁଷ୍ଠିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏପରିକି ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ଟପ୍ପରମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ବିଡ଼ିଓ ସିମାଞ୍ଚଳ ମଣ୍ଡଳ, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ବିଇଓ ହାଡ଼ି ବନ୍ଧୁ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏପରିକି କାର୍ଯ୍ୟକ୍ରମରେ ବିଦ୍ୟାଳୟ ମାନଙ୍କର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।