Categories: ଖେଳ

କ୍ରିକେଟରଙ୍କ ଉନ୍ନତିରେ କ୍ରିକେଟର ବିକାଶ

ଭୁବନେଶ୍ୱର,୨୭ା୪(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ପୁରୁଷ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବରେ ନିଯୁକ୍ତ ହୋଇଥିବା ଦୀନେଶ ମୋଙ୍ଗିଆ ବୁଧବାର ଓଡ଼ିଶାରେ ପହଞ୍ଚିବା ସହିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ମୋଙ୍ଗିଆ ଓଡ଼ିଶା କ୍ରିକେଟ ପାଇଁ ତାଙ୍କର ଯୋଜନା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ପ୍ରଥମେ ସେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କ୍ରିକେଟ ପରାମର୍ଶଦାତା କମିଟି, ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିବା ଓସିଏର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଥିଲେ। ଓଡ଼ିଶାରେ କ୍ରିକେଟରେ ବିକାଶ ପାଇଁ ପ୍ରଥମେ କ୍ରିକେଟର ମାନଙ୍କ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହା ସହିତ ଆଗାମୀ ଦିନରେ ଏକ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ କରାଯିବା ନେଇ ମୋଙ୍ଗିଆ ସୂଚନା ଦେଇଥିଲେ। ସମସ୍ତ ଯୁବ ପ୍ରତିଭାଙ୍କ ନିକଟରେ ଏହା ଏକ ପ୍ରକୃଷ୍ଟ ସୁଯୋଗ ବୋଲି କହିବା ସହ ଭବିଷ୍ୟତ ପାଇଁ ଭଲ ସ୍ପିନର ଖୋଜିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ। ଓଡ଼ିଶା ଟିମ୍‌ରେ ପ୍ରତିଭାର କୌଣସି ଅଭାବ ନଥିବା ସେ ଅନୁଭବ କରନ୍ତି। ବିଗତ ବର୍ଷର ଫାଇନାଲିଷ୍ଟ ବେଙ୍ଗଲକୁ ଦଳ ଯେଉଁଭଳି ପରାସ୍ତ କରିଥିଲା ଚଳିତ ସିଜନରେ ସମସ୍ତ ଖେଳାଳି ସମାନ ଢଙ୍ଗରେ ପ୍ରଦର୍ଶନ ଦେବା ନେଇ ସେ ଆଶା କରୁଥିବା କହିଥିଲେ ମୋଙ୍ଗିଆ।

Share