କେସିଙ୍ଗା ସହରର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀଙ୍କୁ ୯ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୨୫।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର ଦ୍ୱାର କେସିଙ୍ଗା ସହର ଏବଂ ଅଞ୍ଚଳର ବିକାଶ ପାଇଁ ଦୀର୍ଘ ବର୍ଷରୁ ଅହରହ ସଂଘର୍ଷ କରି ଆସୁଥିବା ସଚେତନ ନାଗରିକ ମଞ୍ଚ ଆଗକୁ ଆଉ ଏକ ପାଦ ଆଗେଇଯାଇ ସଭାପତି ଉତ୍ତର ମହଲାଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତ କରି ବିଭିନ୍ନ ମୌଳିକ ଏବଂ ଅତ୍ୟାବଶ୍ୟକ ସମସ୍ୟାଗୁଡିକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ସଂଗଠନ କର୍ମକର୍ତ୍ତାଗଣ ପ୍ରଥମେ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି କେସିଙ୍ଗା ସହର ତଥା ଅଞ୍ଚଳର ବିକାଶ ନିମନ୍ତେ ତମାମ ଅସୁବିଧା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ପରେ ଶ୍ରୀନାଏକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକ ପ୍ରମୁଖ ନଅ ଦଫା ଦାବିପତ୍ର ପ୍ରଦାନ ସହ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା l ପରବର୍ତ୍ତୀ ସମୟରେ ଶ୍ରୀ ନାଏକଙ୍କ ତତ୍ତ୍ୱାବଧାନରେ ଇଷ୍ଟକୋଷ୍ଟ ରେଳ ଜୋନ ଜେନେରାଲ ମ୍ୟାନେଜରଙ୍କୁ ମଧ୍ୟ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିଲା।
ପ୍ରମୁଖ ଦାବିଗୁଡିକ ମଧ୍ୟରେ କେସିଙ୍ଗା ରେଲୱେ ଷ୍ଟେଶନ ସହ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ଏକ ଡାଇରେକ୍ଟ ଟ୍ରେନ ବ୍ୟବସ୍ଥା, କେସିଙ୍ଗା ଭବାନୀପାଟଣା ଭାୟା ଉତ୍କେଲା ପାଷ୍ଟିକୁଡ଼ି ନୂତନ ରେଲୱେ ଲାଇନ ନିମନ୍ତେ ଆସନ୍ତା ରେଳ ବଜେଟରେ ଅର୍ଥ ମଞ୍ଜୁର, କେସିଙ୍ଗା ସହର ମଧ୍ୟରେ ବୃଦ୍ଧି ପାଉଥିବା ଟ୍ରାଫିକ ଏବଂ ଜନସୁବିଧା ନିମନ୍ତେ କନ୍ତେଶିରରୁ ଯୋଲକୋ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ, ଜୁନାଗଡ଼ରୁ କେସିଙ୍ଗା ଏନଏଚ-୨୬ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣକୁ ଅମାଠ ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରସ୍ତାବ, କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡିୟ ସ୍ବାସ୍ଥ୍ୟ କେନ୍ଦ୍ର (ସବ ଡିଭିଜନାଲ ହେଲଥ ସେଣ୍ଟର ) ଏବଂ ରେଫେରାଲ ସେଣ୍ଟର ମାନ୍ୟତା ପ୍ରଦାନ ସହ ଟ୍ରମାସିଆ ସେଣ୍ଟର ସଂଲଗ୍ନ ଏକ ରକ୍ତ ଭଣ୍ଡାର ବ୍ୟବସ୍ଥା, ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରତି ବ୍ଲକରେ ଗୋଟିଏ ଲେଖାଏ ନର୍ସିଙ୍ଗ କଲେଜ ପରିପ୍ରେକ୍ଷୀରେ ଏକ ନର୍ସିଙ୍ଗ କଲେଜ ପ୍ରତିଷ୍ଠା ପ୍ରସ୍ତାବ, ଯଥାଶୀଘ୍ର କେସିଙ୍ଗା ଏନ ଏ ସି କୁ ମୁନିସିପାଲିଟି ମାନ୍ୟତା ପ୍ରଦାନ, ଅଞ୍ଚଳର ରୋଜଗାର ସୃଷ୍ଟି ସହ ଅଞ୍ଚଳବାସୀଙ୍କ ପାଇଁ ଏକ ଲାଇଫ ଲାଇନ କୁହାଯାଇଥିବା କୋଣାର୍କ ସୂତାକଳର ପୁନଃରୁଦ୍ଧାର ପାଇଁ ଆବଶ୍ୟକ ପାଣ୍ଠି ବ୍ୟୟ ବରାଦ, ସହର ର ୱାର୍ଡ ନଂ ୧, ୨, ୭ ଏବଂ ୮ ରେ ଘୋର ପାଣି ଅସୁବିଧା ଦୂର ପାଇଁ ବୋରିଂପଦର ଏବଂ ବଗାଡ଼ରେ ଗୋଟିଏ ଲେଖାଏ ଓଭର ହେଡ଼ ୱାଟର ଟ୍ୟାଙ୍କ ର୍ନିମାଣ, ସହରରେ ଚବିଶ ଘଣ୍ଟିଆ ପାଣି ବ୍ୟବସ୍ଥା, ବନ୍ଦ ହୋଇ ରହିଥିବା ଡ୍ରିଙ୍କ ଫ୍ରାମ ଟ୍ୟାପ ସ୍କିମର କାର୍ଯ୍ୟକାରିତା, ତୁ ର୍ଲାଖନନ ନିକଟରେ ତେଲ ନଦୀ ଉପରେ ଏକ ବ୍ୟାରେଜ ସେତୁ ର୍ନିମାଣ ସହ ଟେଣ୍ଡର ହୋଇ ବାତିଲ ହୋଇଥିବା ପ୍ରକ୍ରିୟାକୁ ପୁନଃ ଟେଣ୍ଡର ବ୍ୟବସ୍ଥା ଏବଂ ରେଲୱେ ଷ୍ଟେସନ ରେ ଥିବା ଆରଏମଏସ କାର୍ଯ୍ୟାଳୟ ବଲାଙ୍ଗୀରକୁ ସ୍ଥାନାନ୍ତରକୁ ବାତିଲ କରିବା ସହ କଳାହାଣ୍ଡି ଏବଂ ନୂଆପଡା ଜିଲା ପାଇଁ ଏକମାତ୍ର ଆରଏମଏସକୁ ଇଂଟ୍ରା ସର୍କିଲ ହବ (ICH)ର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପୂରଣ ନିମନ୍ତେ ଅନୁରୋଧ କରାଯାଇଥିଲା l
ସଂଗଠନର ସାଧାରଣ ସମ୍ପାଦକ ଟିକେମନ ଦୀପ, ଉପସଭାପତି ତଥା ପୂର୍ବତନ ନଗରପାଳ ଗୋବିନ୍ଦ ବନଛୋର, ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ଗୀତାଞ୍ଜଳି ବରିହା, ରାମଲାଲ ସୁନାନୀ, କାଉନସିଲର ଧରଣୀଧର ନାଏକ ଏବଂ ମୋହନ ନାଏକ ପ୍ରମୁଖ କର୍ମକର୍ତ୍ତାଗଣ ସାମିଲ ଥିବାର ସାଧାରଣ ସମ୍ପାଦକ ଟିକେମନ ଦୀପ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୧୩ା୪(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରର ବଡ଼ବଜାର ଥାନା ବାଛୁବାରୀ ସାହିରେ ରବିବାର ଭୋର୍‌ରୁ ଏକ ପନିପରିବା ଟ୍ରେ’ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଖବର...

ମାଡ଼ି ଆସୁଛି କି ମହାବିପତ୍ତି! ଚିଲ ନେଇଗଲା ଶ୍ରୀମନ୍ଦିର ନେତ, ଭାଇରାଲ ହେଉଛି ଭିଡିଓ…

ପୁରୀ,୧୩ା୪: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏକ ଚିଲ ଥଣ୍ଟରେ ବାନା ପରି ଦିଶୁଥିବା କପଡ଼ା ଧରି ଉଡ଼ୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଡି ଭିଡିଓ...

ଲଚ୍ଛମନ ବାଲାଜୀ ହନୁମାନ ମନ୍ଦିରରେ ନବାହ୍ନ ପାରାୟଣ

ଗଞ୍ଜାମ,୧୩।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରମୁଖ ସହର ହେଉଛି ଗଞ୍ଜାମ ସହର। ଏଠାରେ ବାର ମାସରେ ତେର ପର୍ବ । ଏଥିପାଇଁ ଗଞ୍ଜାମ ସହରକୁ...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କପଡା ଦୋକାନ

କୁଚିଣ୍ଡା,୧୩୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ହରିନାରାୟଣ ମାର୍କେଟ କମ୍ପ୍ଲେକ୍ସର ତୃତୀୟ ମହଲାରେ ନିଆଁ ଲାଗି କ୍ୱାଲିଟି କଲେକ୍ସନ...

ଗଞ୍ଜାମରେ ରାଜ୍ୟପାଳ: ତଦାରଖ କଲେ…

ଛତ୍ରପୁର, ୧୩।୪(ସନ୍ତୋଷ ପାଢ଼ୀ ): ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲା ଗସ୍ତରେ ରବିବାର ଆସିଛନ୍ତି। ସେ ଗଞ୍ଜାମ ଜିଲାର ବିକାଶ କାର୍ଯ୍ୟ ଗୁଡ଼ିକର...

ଗେମିଂ ଆପ୍‌ରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ: ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀରରେ ଗେମିଂ ଆପ୍‌ରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଗେମିଂ ଆପ୍ଲିକେଶନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ କରାଯିବା...

ଆମ୍ବ ଗଛରୁ ପଡି ଯୁବକ ଗୁରୁତର

ବଲାଙ୍ଗୀର, ୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ସୁଦପଡା ଆମ୍ବ ଗଛରୁ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ...

ଶିବ ବିଇଏମ୍‌ସିରେ ମନ୍ତ୍ରୀଙ୍କ ପ୍ରତିନିଧି

ବ୍ରହ୍ମପୁର,୧୩ା୪(ନରସିଂହ ସାହୁ): ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ପ୍ରତିନିଧି ରୂପେ ଶିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image