‘କୋରାପୁଟ ଜିଲାର ବିକାଶ ଏବେ ଶୀର୍ଷରେ’

କୋରାପୁଟ,୨୬ା୧: ଭାରତର ସ୍ବାଧୀନତା ଆନ୍ଦୋଳନରେ କୋରାପୁଟ ଜିଲାର ଅବଦାନ ଅତୁଳନୀୟ। କୋରାପୁଟସ୍ଥିତ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହା କହିଛନ୍ତି। ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କୋରାପୁଟ ମାଟିର ବରପୁତ୍ର ଶହୀଦ ଲକ୍ଷ୍ମଣ ନାୟକ, ସଦାଶିବ ତ୍ରିପାଠୀଙ୍କୁ ମନ୍ତ୍ରୀ ମନେପକାଇ ଭାରତର ସ୍ବାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଚିରସ୍ମରଣୀୟ ବୋଲି କହିଥିଲେ। ସେହିପରି କୋରାପୁଟ ଜିଲାରେ ବିକାଶ ଏବେ ଚରମ ସୋପାନରେ ଉପନୀତ। ଦେଶରେ ଶାନ୍ତି ଓ ଏକତାକୁ ମଜବୁତ କରିବା ଏବଂ ପ୍ରଗତିକୁ ଆଗେଇ ନେବାରେ ସହଯୋଗ କରିବାକୁ ସେ ଆହ୍ବାନ କରିଥିଲେ।
କାର୍ଯ୍ୟକ୍ରମରେ ଜିଲାର କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ପରେ କୋରାପୁଟ ପୋଲିସ ଜିମ୍‌ ପରିସରରେ ଏକ ମେଗା ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲାପାଳ ଦେବେନ ପ୍ରଧାନ, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ଅତିରିକ୍ତ ଏସ୍‌ପି ଉକତ୍ଳ ରଞ୍ଜନ ଦାସ, ପିଡି ପ୍ରବୀର ନାୟକ, କୋରାପୁଟ ଉପଜିଲାପାଳ ଲଳିତ କୁମାର କହଁର, ଡିଆଇପିଆର୍‌ଓ ଜଗନ୍ନାଥ ପ୍ରସାଦ ରାୟଗୁରୁଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

ମାଲକାନଗିରି, ୮।୩ (ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ପୋଲିସ ନିକଟରେ ଶନିବାର ୨ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ...

ଗାଁ ପୋଖରୀରେ କୁମ୍ଭୀର

କୋରୁକୋଣ୍ଡା,୮।୩(ଶିବଦତ୍ତ ସାହୁ ): କୋରୁକୋଣ୍ଡା ବ୍ଲକ୍‌ ଅଧୀନ ମାରିୱାଡା ପଞ୍ଚାୟତ ଅଧୀନ ଏମ୍‌ଭି-୨୬ ଗ୍ରାମ ପୋଖରୀରେ ଏକ କୁମ୍ଭୀର ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ଗ୍ରାମବାସୀ...

କୋରାପୁଟରେ ଏସ୍‌ଏସ୍‌ଏମ୍‌ବି୨୯ର ଶୁଟିଂ ଆରମ୍ଭ

କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ନିଜର...

‘ମିଶନ ଶକ୍ତି ବନ୍ଦହେବା ନେଇ ମିଛ ପ୍ରଚାର କରୁଛି ବିଜେଡି’

ଭୁବନେଶ୍ୱର, ୮ା୩(ସୁନିତ୍‌ ମିଶ୍ର): ଓଡ଼ିଶାର ବିକାଶ କରିବା ପାଇଁ ରାଜ୍ୟର ମହିଳମାନେ ଏଥର ଭାଜପାକୁ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ,...

ଅନ୍ତର୍ଜାତୀୟ ମହିଳା ଦିବସକୁ ପ୍ରତିବାଦ ଦିବସ ରୂପେ ପାଳିଲା ନିଖିଳ ଓଡ଼ିଶା ଇ.ସି. ସଂଘ

ଛତ୍ରପୁର,୮।୩(ଦିଲୀପ ସାମଲ): ଅନ୍ତର୍ଜାତୀୟ ମହିଳା ଦିବସ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ନିଖିଳ ଓଡ଼ିଶା ଇ.ସି. ସଂଘ ପକ୍ଷରୁ ଏହି ଦିନକୁ ରାଜ୍ୟବ୍ୟାପୀ ପ୍ରତିବାଦ...

ଶପିଂ କରିବାକୁ ଯାଉଥିଲେ, ସାମ୍ନାକୁ ଗାଈ ଚାଲି ଆସିବାରୁ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୮।୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ଗୁରାପଲ୍ଲୀ ନିକଟରେ ଏକ ଅଟୋ ଓଲଟି ଗୋଟିଏ...

ଜାଣନ୍ତୁ ମହିଳା ଦିବସର ତାତ୍ପର୍ଯ୍ୟ

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ ଏଡିଜେ କୋର୍ଟ ପରିସରସ୍ଥ ବାର ଆସୋସିଏଶନ ଲାଇବ୍ରେରି ହଲରେ ଅନ୍ତର୍ଜାତୀୟ ମହିଳା...

କଲ୍ୟାଣପୁର ଗାଁ ରେ ଅସାମାଜିକ ଯୁବକଙ୍କ ଆତଙ୍କ: ଖଣ୍ଡା ଧରି କଲେ ମାର୍ଚ୍ଚିଂ ଭିଡ଼ିଓ ଭାଇରାଲ

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗାଁ ରେ ପଡୋଶୀ ଗ୍ରାମର କିଛି ଅସାମାଜିକ ଯୁବକ ଆତଙ୍କ ଚଳାଇଥିବା ଜଣାପଡ଼ିଛି।ଶୁକ୍ରବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image