Categories: ଫୁରସତ

ମାତୃଭାଷାର ବିକାଶରେ ସମାଜର ବିକାଶ

ଜନ୍ମ ପରେ ଶିଶୁ ନିଜର ମାତୃଭାଷାରେ ହିଁ ଭାବର ଆଦାନ ପ୍ରଦାନ କରିବା ଲାଗି ଶିକ୍ଷାଲାଭ କରିଥାଏ। ମାତୃଭାଷା ମାଧ୍ୟମରେ ଶିଶୁର ବୋଧଗମ୍ୟତାର ପରିପ୍ରକାଶ ଘଟିଥାଏ। ମାତୃଭାଷା ଶିଶୁର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାତୃଭାଷାର ଗୁରୁତ୍ୱକୁ ଉପଲବ୍ଧି କରିବା ଲାଗି ପ୍ରତିବର୍ଷ ଫେବୃୟାରୀ ୨୧ରେ ଅର୍ନ୍ତଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥାଏ।
ଦ୍ୱାରା ପ୍ରଥମେ ୧୭ ନଭେମ୍ବର ୧୯୯୯ରେ ଏହି ଦିବସ ପାଳନ ସମ୍ପର୍କରେ ଘୋଷଣା କରାଯାଇଥିଲା। ୨୦୦୨ରେ ଜାତିସଂଘ ସାଧାରଣ ସଭାରେ ଏହାକୁ ଆନୁଷ୍ଠାନିକ ସ୍ବୀକୃତି ମିଳିଥିଲା। ପୃଥିବୀର ବିଭିନ୍ନ ଅଞ୍ଚଳରେ ବ୍ୟବହୃତ ହେଉଥିବା ସମସ୍ତ ଭାଷାର ସଂରକ୍ଷଣ ଏବଂ ସୁରକ୍ଷା ଲାଗି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ୧୯୫୨ ଫେବୃୟାରୀ ୨୧ରେ ବାଂଲାଦେଶରେ ବଙ୍ଗଳା ଭାଷା ଆନ୍ଦୋଳନକୁ ସ୍ମରଣ କରାଯାଇ ଏହି ଦିବସ ପାଳନ କରାଯାଇଥାଏ।

Share