‘ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ବିକାଶ ବାଧାପ୍ରାପ୍ତ’

ବ୍ରହ୍ମପୁର ଅଫିସ,୬ା୧୧: ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ବିକାଶ ବାଧାପ୍ରାପ୍ତ ହୋଇଛି। ଫଳରେ ସମସ୍ୟା ବଢ଼ିଚାଲିଛି। ଏହାର ସମାଧାନ ଲାଗି ପଦକ୍ଷେପ ନିଆ ନ ଯିବା ଉଦ୍‌ବେଗର ବିଷୟ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ପ୍ରତିକ୍ରିୟାରେ କହିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଭାଜପା କର୍ମକର୍ତ୍ତା ଜନସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଜେଡି ଶାସନରେ ରାଜ୍ୟରେ ଆଶାନୁରୂପ ବିକାଶ ହୋଇ ନ ଥିବା ସେ କଟାକ୍ଷ କରିଛନ୍ତି।

ଆସିକା ନିକଟ ଏକ ଗ୍ରାମକୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରବିବାର ବ୍ରହ୍ମପୁର ସର୍କିଟ ହାଉସ୍‌ଠାରେ ଦଳୀୟ କର୍ମୀ ଓ ଗଣମାଧ୍ୟମ ସହ ସ୍ବଳ୍ପ ସମୟ ସାକ୍ଷାତ୍‌କାରରେ କେନ୍ଦ୍ରମନ୍ତ୍ରୀ ଟୁଡ଼ୁ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ଅନ୍ୟପକ୍ଷରେ ଧାମନଗର ଉପନିର୍ବାଚନ ଫଳାଫଳରେ ଭାଜପା ନେତା ଓ କର୍ମୀ ସନ୍ଧ୍ୟାରେ ଗାନ୍ଧୀନଗର ଛକରେ ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇଥିଲେ।

Share