ଆଦାୟ ଅନୁସାରେ ବିକାଶ ଶୂନ: ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ରାସ୍ତାର ନକ୍ସା ବଦଳାଉଛି ଲଘୁଚାପ ବର୍ଷା

ଦାରିଙ୍ଗବାଡି,୨୯ ।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳ ସୌନ୍ଦର୍ଯ୍ୟର ଗନ୍ତାଘର। ପର୍ଯ୍ୟଟନକ୍ଷେତ୍ର ରହିଥିବାରୁ ଦୈନିକ ଶହତଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି। ହେଲେ ଉକ୍ତ ଅଞ୍ଚଳରେ ଯେଉଁ ସବୁ ପର୍ଯ୍ୟଟନ କ୍ଷେତ୍ର ରହିଛି ସେଗୁଡିକ ମଧ୍ୟରେ ଜଳପ୍ରପାତ ଗୁଡିକ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରୁଛି । କିରିକୁଟି ଲଭର୍ସ ପଏଣ୍ଟ ହେଉ କି ମିଡିୟୁାନ୍ଦା ଏବଂ କିଶୁବାଡିଠାରେ ରହିଥିବା ପାଟାବାନ୍ଧା ଜଳପ୍ରପାତ ସବୁ ପର୍ଯ୍ୟଟକଙ୍କ ମନ ପସନ୍ଦର ଜଳପ୍ରପାତ। ହେଲେ ଏହି ସବୁ ଜଳପ୍ରପାତକୁ ଯିବା ପାଇଁ ପକ୍କା ରାସ୍ତା ଟିଏ ନାହିଁ ଫଳରେ ଲଘୁଚାପ ବର୍ଷାରେ ସମସ୍ତ ରାସ୍ତାର ନକ୍ସା ବଦଳିଯାଇଛି କାଦୁଅରେ ପର୍ଯ୍ୟଟକ ଯାତାୟାତ କରୁଛନ୍ତ। ଲଭର୍ସ ପଏଣ୍ଟର ୮ ଶହ ମିଟର ରାସ୍ତା ସମେତ ମିଡିୟୁାନ୍ଦା ଜଳପ୍ରପାତ ରାସ୍ତାର ୫ ଶହ ମିଟର ଏବଂ କିସୁବାଡ଼ି ଜଳପ୍ରପାତର ପ୍ରାୟ ୩ ରୁ ୪ କିମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ସବୁ ଜଳପ୍ରପାତ ବୁଲିବା ପାଇଁ ପର୍ଯ୍ୟଟକଙ୍କଠାରୁ ଟିକେଟ ସଂଗ୍ରହ କରାଯାଇ ଲକ୍ଷାଧିକ ଟଙ୍କା ଅର୍ଥ ରୋଜଗାର କରାଯାଉଥିବା ବେଳେ ସେହି ଅନୁପାତରେ ରାସ୍ତା ପକ୍କା ନିର୍ମାଣ କିମ୍ବା ମରାମତିରେ ଖର୍ଚ୍ଚ କରାଯାଉନାହିଁ ଫଳରେ ବରିଷ୍ଠ ନାଗରିକ ପର୍ଯ୍ୟଟକ ହୁଅନ୍ତୁବା ଶିଶୁ ପର୍ଯ୍ୟଟକ କିମ୍ବା ମହିଳା ପର୍ଯ୍ୟଟକମାନେ କଚ୍ଚା ରାସ୍ତାରେ ପଅସୁବିଧା ଭୋଗୁଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେବାକୁ ପର୍ଯ୍ୟଟକ ମାନେ ନିବେଦନ କରୁଛନ୍ତ।ଏବେ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡି ଆସି ଏଭଳି ଅବସ୍ଥା ଦେଖି ନିରାଶ ହେବା ସହ ଅସନ୍ତୋଷବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କରିବେ ମମତା: ପୁରୀରୁ ଆସିବେ ଦଇତାପତି, ପଣ୍ଡିତ

ଭୋଗରାଇ, ୨୧।୪( ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଠାରୁ ମାତ୍ର ୨ କିମି ଦୂର ପଶ୍ଚିମବଙ୍ଗ ନିଉ ଦୀଘା ରେଳଷ୍ଟେସନ...

ବିଜେଡିକୁ ନେଇ ବଡ଼ କଥା କହିଦେଲେ ଅମର: ପୁରା ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୧।୪: ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ ଚାଲିନି, ମୁଁ...

କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର

ଲାଞ୍ଜିଗଡ଼,୨୦ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗଛ ପଡି ଦୁଇଟି ଘର...

‘କିଛି କଟାକ୍ଷ ସମସ୍ତଙ୍କ ଜୀବନର ଅଂଶ’ : ଶ୍ୱଶୁରଙ୍କ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ,୨୧।୪: ଜଣେ ମହିଳାଙ୍କ ଶ୍ୱଶୁରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୯୮ଏ ଅନୁଯାୟୀ ହୋଇଥିବା ମାମଲାକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି...

ଅଂଶୁଘାତ, ବଜ୍ରପାତର ମୁକାବିଲା ପାଇଁ ସଚେତନ କଲେ ଛାତ୍ର

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ନେତାଜୀ ସ୍କାଉଟ୍ସ ଗ୍ରୁପ ପକ୍ଷରୁ...

CSK ଅବସ୍ଥା ଖରାପ: ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ...

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା...

କିଏ ହେବେ ପୋପ ଫ୍ରାନ୍ସିସଙ୍କ ଉତ୍ତରାଧିକାରୀ: ଆଗରେ ଅଛି ଏମାନଙ୍କ ନାଁ

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ଭାଟିକାନ ସିଟି ଅନୁଯାୟୀ, ପୋପ ସୋମବାର ସ୍ଥାନୀୟ ସମୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image