Categories: ଜାତୀୟ

ଦେବେନ୍ଦ୍ର ଫଡନଭିସଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ଦାବି କଲେ ଭାଜପା ନେତା

ପୁନେ,୧୮।୧୨: ମହାରାଷ୍ଟ୍ରରେ ଶୀତ ଅଧିବେଶନ ପୂର୍ବରୁ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଦେବେନ୍ଦ୍ର ଫଡନଭିସଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ବାୱାନକୁଲେ କହିଛନ୍ତି, ମହାରାଷ୍ଟ୍ର ଅଧ୍ୟକ୍ଷ ଥିବା ସମୟରେ ଫଡନଭିସ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଉଚିତ୍‌। ମରାଠା ହେଉ କି ଅନ୍ୟ କୌଣସି ସମାଜକୁ ନ୍ୟାୟ ପ୍ରଦାନ କରିବା ପାଇଁ ଫଡନଭିସ କାର୍ଯ୍ୟ କରିଛନ୍ତି। ୨୦୧୪ ରୁ ୨୦୧୯ର ଯୁଗ ପୁଣି ଥରେ ମହାରାଷ୍ଟ୍ରରେ ଫେରିବା ଉଚିତ୍‌। ନାଗପୁରର ସନ୍ଥ ସାନ୍ତାଜୀ ଜଗନାଡେ ମହାରାଜ ମେମୋରିଆଲ ଆର୍ଟ ଗ୍ୟାଲେରୀର ଭୁମି ପୂଜନ ସମୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟ ଯୋଗୁ ରାଜ୍ୟ ରାଜନୀତି ସରଗରମ ହୋଇଛି।
ବାୱାନକୁଲେ ମୁମ୍ବାଇରେ ମହାବିକାଶ ଅଗାଡି ପଦଯାତ୍ରାକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଛନ୍ତି, ନୂତନ ସରକାର ରାଜ୍ୟରେ ବିକାଶର ଏକ ବୁଲେଟ ଟ୍ରେନ ଚଳାଇଛନ୍ତି। ମହାବିକାଶ ଅଗାଡି ନିଜର ରାଜନୈତିକ ଅସ୍ତିତ୍ୱକୁ ବିପଦରେ ପକାଇ ଭୟଭୀତ ହୋଇ ଏହି ପଦଯାତ୍ରା କରିଥିଲେ।

Share