Categories: ଜାତୀୟ

ମଣିପୁର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅମିତ ଶାହା ଯଥେଷ୍ଟ, ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ…

ମୁମ୍ବାଇ,୨୨।୬: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର କହିଛନ୍ତି, ଜାତି ହିଂସା ପ୍ରଭାବିତ ମଣିପୁରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯଥେଷ୍ଟ। ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଆବଶ୍ୟକତା ନାହିଁ। ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ କହିଥିଲେ ଯେ, ମଣିପୁର ପରିଦର୍ଶନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଆମେରିକା ଗସ୍ତ କରୁଛନ୍ତି। ଯାହାକୁ ନେଇ ଫଡ୍‌ନବିସ ଏହି ବିବୃତ୍ତି ଦେଇଛନ୍ତି।

Share