Categories: ଜାତୀୟ

‘ଦଳର ଆଦେଶ ସର୍ବୋପରି’

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଦେବେନ୍ଦ୍ର ଫଡନବିସ୍‌ ଟୁଇଟ କରିଛନ୍ତି। ଟୁଇଟ କରି ସେ ଲେଖିଛନ୍ତି, ଜଣେ ପ୍ରାମାଣିକ କର୍ମକର୍ତ୍ତା ଭାବେ ମୁଁ ଦଳର ଆଦେଶ ପାଳନ କରୁଛି। ଦଳର ଆଦେଶ ଯାହା ମୋତେ ଆଜି ସର୍ବୋଚ୍ଚ ପଦବୀକୁ ଆଣିଛି, ତାହା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସର୍ବୋପରି ବୋଲି ଫଡନବିସ୍‌ କହିଛନ୍ତି।

Share