Advertisement

ଦେବଗଡ ଜିଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼,୨ା୧(ଡି.ଏନ.ଏ)-ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମଗ୍ର ଦେବଗଡ଼ ଜିଲା ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଦେବଗଡ ଜିଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିକାଶ ମଞ୍ଚ ପକ୍ଷରୁ ସକାଳେ ସହରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକ, ରାଜା ବାସୁଦେବ ସୁଢଳଦେବ, ସଚ୍ଚିଦାନନ୍ଦ ତ୍ରିଭୂବନ ଦେବ ଓ ରାଣୀ ଡମ୍ବରୁଧର ପ୍ରିୟା ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପୂର୍ବାହ୍ନରେ ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିକାଶ ମଞ୍ଚର ଆବାହକ ସୁଧିର କୁମାର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇଥିଲେ। ବିକାଶ ମଞ୍ଚର ଉପଦେଷ୍ଟା ପ୍ରଫୁଲ୍ଲ ମହାପାତ୍ର, ମିତ୍ରଭାନୁ ମହାପାତ୍ର, ନବୀନ କୁମାର ପାଣି, ଜୟ ଭଗବାନ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତଃ ବିଜୁ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ପ୍ରଦୀପ୍ତ ଗଙ୍ଗଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିବା ସହ ସେମାନଙ୍କର ବାର୍ତ୍ତା ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଧାୟକ ପାଣିଗ୍ରାହୀ ଜିଲା ପ୍ରଶାସନ, ରାଜନେତା ଓ ଖବରଦାତାମାନେ ମିଳିମିଶି ଉଦ୍ୟମ କଲେ ଜିଲାର ବହୁବିଧ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଜିଲାର ପ୍ରଧାନପାଟ, କୁରଡକୋଟନ ସ୍ଥଳୀକୁ ଗୁରୁତ୍ୱ ପ୍ରଦାନ ପୂର୍ବକ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କରୋନା ନିୟନ୍ତ୍ରଣ ନିମନ୍ତେ ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ଖବରଦାତାମାନଙ୍କୁ କରୋନା ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କୁମୁଦ ଚନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଅନାଥ ଆଶ୍ରମର ଶିଶୁଙ୍କୁ ଶୁଖାଖାଦ୍ୟ ପ୍ରଦାନ କରାଯିବା ସହ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ଦୃଷ୍ଟିରୁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share