ଦେବୀ ପ୍ରସାଦ ମିଶ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଡେପୁଟି ସେକ୍ରେଟାରୀ

ଭୁବନେଶ୍ୱର,୨୪।୬: ଗୃହ ଓ ନଗର ଉନ୍ନୟନ ବିଭାଗ ଡେପୁଟି ସେକ୍ରେଟାରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ସୋମବାର ବଦଳି କରାଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି।ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସେହିପରି ଶନିବାର ବରିଷ୍ଠ ଓଏଏସ୍ ଚିତ୍ରସେନ ରାଉତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଓ ବରିଷ୍ଠ ଓଏଫଏସ୍ ଉମେଶଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଥିଲା। କେନ୍ଦୁଝର ଉପଜିଲାପାଳ ଓଏଏସ୍ ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଓଡ଼ିଶା ସଚିବାଳୟ ସେବାର ବିନୋଦ ବିହାରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁସଚିବ ଏବଂ ଅତିରିକ୍ତ ବ୍ୟକ୍ତିଗତ ସହାୟକ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମାଝୀ ଚଳିତମାସ ୧୨ତାରିଖରେ ଦାୟିତ୍ୱ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ଆରମ୍ଭ କରିପାରିନାହାନ୍ତି । ରାଜ୍ୟ ଅତିଥି ଭବନରେ ସେ ନିଜର ଅସ୍ଥାୟୀ ଅଫିସ୍ କରିଛନ୍ତି ।

ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ପୂର୍ବ ସରକାରଙ୍କ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଥିବା କର୍ମଚାରୀମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେହି ସ୍ଥାନ ପୂରଣ କରିବା ପାଇଁ ନୂତନ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦେବା ପ୍ରକ୍ରିୟା ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ...

ହୋଇପାରେ ବଡ ଧରଣର ଅଦଳବଦଳ: ଏସ୍‌ଆରସି ସତ୍ୟବ୍ରତ ସାହୁଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧।୭: ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ଏହି ସମୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ...

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ...

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା

ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ...

କେବେଠୁ ଲାଗୁ ହେବ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ଜାଣନ୍ତୁ କ’ଣ କହିଲେ ମନମୋହନ

ଭୁବନେଶ୍ୱର,୧।୭: ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଛି। ଏବେ ଭାଜପାଏହାର ଜବାବ ରଖିଛି । ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri