୭ ଘଣ୍ଟା ଉପାସ ରହିଲେ ମହାପ୍ରଭୁ

ପୁରୀ,୧୬ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଘଟିଛି। ଏପରିକି ଦୁଇଥର ବଡ଼ ମହାସ୍ନାନ କରାଯାଇଛି। ଫଳରେ ଦାରୁଦିଅଁଙ୍କୁ ଦୀର୍ଘ ୭ଘଣ୍ଟା ଉପବାସ ରହିବାକୁ ପଡ଼ିଛି। ସେହିପରି ଜଗତ ଠାକୁରଙ୍କ ଦର୍ଶନ ଓ ମହାପ୍ରସାଦ ନ ପାଇ ଅନେକ ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଜଣେ ସେବାନିବୃତ୍ତ ସିଂହାରୀ ସେବକଙ୍କ ପାଇଁ ନୀତିରେ ବିଭ୍ରାଟ ଉପୁଜିଥିବା କୁହାଯାଉଥିବାବେଳେ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ବୟ ଅଭାବକୁ ଭକ୍ତମାନେ ଦାୟୀ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ସେବାନିବୃତ୍ତ ସେବାୟତ କିପରି ରତ୍ନସିଂହାସନ ପର୍ଯ୍ୟନ୍ତ ପହଞ୍ଚିଲେ  ଏବଂ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, କମାଣ୍ଡର କିମ୍ବା ଜେଟିପି କେହି ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ହୋଇଛି। ଏ ନେଇ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଭକ୍ତ ଓ ସେବାୟତଙ୍କ ପକ୍ଷରୁ ଦାବି ହେଉଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ୫.୫୫ରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ହୋଇଥିଲା। ପରେ ୬.୩୫ରେ ଭିତରଶୋଧ, ୬.୫୫ରେ ମଙ୍ଗଳ ଆଳତି, ୭ଟାରେ ରୋଷହୋମ ଓ ୭.୦୫ରେ ମଇଲମ ହୋଇଥିଲା। ମାତ୍ର ତା’ ପରଠାରୁ ବିଶୃଙ୍ଖଳା ଯୋଗୁ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ପ୍ରାୟ ୭ଘଣ୍ଟା ଧରି ବନ୍ଦ ରହିଥିଲା। ସେବାୟତଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ସିଂହାରୀ ସେବାୟତ ଶଙ୍ଖମିତ୍ର ସିଂହାରୀଙ୍କୁ ସେବାରୁ ନିବୃତ୍ତ କରାଯାଇଥିଲା। ଏହାସତ୍ତ୍ୱେ ସେ ଶୁକ୍ରବାର ଶ୍ରୀମନ୍ଦିରରେ ପହଞ୍ଚତ୍ ରତ୍ନସିଂହାସନ ନିକଟକୁ ଯାଇ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳ ଆଳତି କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବା ସହ ଉଗ୍ର ରୂପ ନେଇଥିଲା। ସମ୍ପୃକ୍ତ ସିଂହାରୀ ସେବକ ଅନ୍ୟ ଏକ ଜାତିରେ ବିବାହ କରିଥିବାରୁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହାସତ୍ତ୍ୱେ ସେ ମହାପ୍ରଭୁଙ୍କ ସେବା କରିବାରୁ ବିବାଦ ଘନେଇଥିଲା। ଏଥିଯୋଗୁ ନୀତିକାନ୍ତି ସବୁ ସେଇଠୁ ବନ୍ଦ ରହିଥିଲା। ପ୍ରାୟ ୭ଘଣ୍ଟା ଧରି ଏଭଳି ସ୍ଥିତି ଲାଗିରହିଥିଲା। ବିବାଦ ବଢୁଥିବା ଓ ନୀତିକାନ୍ତିରେ ବିଳମ୍ବ ହେଉଥିବା ଖବର ପାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମନ୍ଦିରକୁ ଯାଇ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ନୀତିକାନ୍ତି ସ୍ବାଭାବିକ ହୋଇଥିଲା। ତେବେ ସକାଳ ୮ଟାରେ ଗୋପାଳବଲ୍ଲଭ ନୀତି ହେବା ପରିବର୍ତ୍ତେ ବହୁ ବିଳମ୍ବରେ ଅର୍ଥାତ ସନ୍ଧ୍ୟା ୫ଟା ପରେ ହୋଇଥିଲା। ସେହିପରି ଅନ୍ୟାନ୍ୟ ନୀତିରେ ମଧ୍ୟ ବିଳମ୍ବ ଘଟିଥିଲା। ସପ୍ତପୁରୀ ନୀତି ଦିନ ପରିବର୍ତ୍ତେ ରାତି ପ୍ରାୟ ୭ଟାରେ ହୋଇଥିଲା। ଅପରାହ୍ନ ୨ଟାରେ ଥରେ ବଡ଼ମହାସ୍ନାନ ହୋଇ ନୀତି ଆଗଉଥିଲା। ତେବେ ଏହି ସମୟରେ କେହି ବାନ୍ତି କରିଦେବାରୁ ନୀତି ବନ୍ଦ ରଖାଯାଇ ପୁଣି ଠାକୁରଙ୍କ ବଡ଼ମହାସ୍ନାନ କରାଯାଇଥିଲା। ଏହି ନୀତି ବିଭ୍ରାଟ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ଯେ, ଅନେକ ଲୋକ ଧୋତି ପିନ୍ଧିକି ଯାଉଛନ୍ତି। ତେଣୁ ଗର୍ଭଗୃହକୁ କିଏ କେତେବେଳେ ଯାଉଛନ୍ତି ତାହା ଜାଣିବା ସମ୍ଭବ ହେଉନାହିଁ। ସମ୍ପୃକ୍ତ ସେବାୟତ କିଭଳି ମନ୍ଦିରକୁ ଯାଇ ପାଳି କଲେ ସେନେଇ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ। ନୀତିକାନ୍ତି ବିଳମ୍ବ ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ନିଯୋଗଗୁଡ଼ିକ ମଧ୍ୟରେ ଯେଉଁ ଭୁଲ ବୁଝାମଣା ହୋଇଥିଲା ତାହା ଆଲୋଚନା କରାଯାଇ ସମାଧାନ କରାଯାଇଛି। ସମ୍ପୃକ୍ତ ସେବକ ବାସନ୍ଦ ନେଇ କୌଣସି ତଥ୍ୟ ଉପସ୍ଥାପିତ ହୋଇନାହିଁ। ତଦନ୍ତରେ ସେ ସବୁ ଜଣାପଡିବ। ମହାପ୍ରଭୁଙ୍କ ମହାସ୍ନାନ ପରେ ନୀତି ପୁଣି ଆଗେଇଥିଲା ବୋଲି ଦାସ ପ୍ରକାଶ କରିଛନ୍ତି। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ସମେତ ଅନେକ ସେବାୟତ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ସେମାନେ ପ୍ରଶାସନ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଅପରପକ୍ଷରେ ସେବା ନିବୃତ୍ତ ବା ବାସନ୍ଦ ନେଇ ସେ ନିଯୋଗ ପକ୍ଷରୁ କିଛି ଚିଠି ପାଇ ନ ଥିବା ସମ୍ପୃକ୍ତ ସେବାୟତ ଶଙ୍ଖମିତ୍ର ସିଂହାରୀ କହିଛନ୍ତି। ତାଙ୍କର ଆଜି ପାଳି ଥିବାରୁ ସେ ପାଳି ଖଟିବାକୁ ଯାଇଥିଲେ। ସେ ଅନ୍ୟ ଜାତିରେ ବିବାହ କରିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ସେ ଶାଢ଼ିବନ୍ଧା ସେବକଙ୍କ ଝିଅଙ୍କୁ ବିବାହ କରିଥିବା ଶଙ୍ଖମିତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନେକଥର ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେଇଥିବା ବେଳେ କେବଳ ତଦନ୍ତ ଓ ତର୍ଜମା କଥା କହି ଶ୍ରୀମନ୍ଦିର ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଉଛି। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ପରବର୍ତ୍ତୀ ସମୟରେ ପୁଣି ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଘଟୁଛି ଓ ବିଭିନ୍ନ ନୀତି ବିଳମ୍ବ ହେଉଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତିରେ ବିଭ୍ରାଟ କରୁଥିବା ସେବାୟତ ଏବଂ ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଅନେକ ଭକ୍ତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri