Posted inଫୁରସତ

ଅଧ୍ୟାପନା ଛାଡ଼ି ସଫଳ ଉଦ୍ୟୋଗୀ ହୋଇଛନ୍ତି ଦେବୀଦାନୀ: ୫୫ଏକର ଜାଗାରେ…

ଅଧ୍ୟାପିକା ଚାକିରି ଛାଡ଼ି ସେ ସୃଷ୍ଟି କରିଛନ୍ତି ଆଗ୍ରୋ ଇକୋ ଫାର୍ମ ହାଉସ। ଏହି ଫାର୍ମରେ ସେ ପାଳୁଛନ୍ତି ଦେଶବିଦେଶର ଏକାଧିକ ପଶୁପକ୍ଷୀଙ୍କୁ। ପୁଣି ଜୈବିକ ପଦ୍ଧତିରେ ପନିପରିବା ଚାଷ ସହିତ ବିଭିନ୍ନ ପ୍ରକାର ଫୁଲଫଳରେ ଭରା ଫାର୍ମ। ତା’ସହିତ ପୁଣି ରହିଛି କେତେକ ଔଷଧୀୟ ବୃକ୍ଷଲତା। ଏଠାରେ ରହୁଥିବା ଜୀବଜନ୍ତୁ ଓ ବୃକ୍ଷଲତାର ସୁରକ୍ଷା ନିମନ୍ତେ ଏକାଧିକ ବ୍ୟକ୍ତି ନିଯୁକ୍ତ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ଆଗ୍ରୋ ଇକୋ ଫାର୍ମ ହାଉସର ପ୍ରତିଷ୍ଠାତା ହେଲେ ଜଣେ ଉଚ୍ଚଶିକ୍ଷିତା ଉଦ୍ୟୋଗୀ ମହିଳା; ଯେକି ଦିନେ ଶ୍ରେଷ୍ଠ ମହିଳାଚାଷୀ ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଥିଲେ। ସେ ହେଲେ ଦେବୀଦାନୀ ମିଶ୍ର। ବୃତ୍ତିରେ ଜଣେ ଫାର୍ମାସିଷ୍ଟ କଲେଜର ଅଧ୍ୟାପିକା। ହେଲେ ଏବେ ସେ ଅଧ୍ୟାପନା ଛାଡ଼ି ଜଣେ ସଫଳ ଉଦ୍ୟୋଗୀ। ସେ କୁହନ୍ତି, ପିଲାଟି ଦିନରୁ ପ୍ରାକୃତିକ ପରିବେଶ ଓ ବିଭିନ୍ନ ପଶୁପକ୍ଷୀଙ୍କ ପ୍ରତି ମୋର ଭଲପାଇବା ରହିଥିଲା। ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିଲେ ମୋତେ ବହୁତ ଖୁସି ଲାଗେ। ମୋ ବାପା ଅଭୟ କୁମାର ମିଶ୍ର ଅନୁଗୋଳରେ ଚାକିରି କରି ରହୁଥିବାରୁ ସେଠାରେ ମୋର ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ବ୍ରହ୍ମପୁରରେ ଏମ୍‌ ଫାର୍ମ ସାରିଲି। ଏହାପରେ ଜୟପୁରର ଏକ ଘରୋଇ ଫାର୍ମାସିଷ୍ଟ କଲେଜରେ ଅଧ୍ୟାପିକା ଭାବେ କିଛିଦିନ କାର୍ଯ୍ୟ କରିଥିଲି। ସମୟକ୍ରମେ ସିଦ୍ଧାର୍ଥ ଶାହାଙ୍କ ସହିତ ମୋର ବିବାହ ହୁଏ। ଥରେ ଶାଶୁଘର ଲୋକଙ୍କ ସହିତ କପିଳାସ ବୁଲିବାକୁ ଯାଇଥିଲି; ଯେଉଁଠି ଏକ ଫାର୍ମ ହାଉସ ଦେଖି ସ୍ବାମୀଙ୍କୁ କହିଥିଲି, ମୁଁ ବି ଗୋଟେ ଫାର୍ମ ହାଉସ୍‌ କରିବାକୁ ଚାହୁଁଛି। ଯେଉଁଥିରେ ମୋ ସ୍ବାମୀଙ୍କ ଛଡ଼ା ଶ୍ୱଶୁର ଶତ୍ରୁଘନ ଲାଲଶାହା ଓ ଶାଶୁଙ୍କ ସହୋଯାଗ ମିଳିଥିଲା। ସମ୍ବଲପୁର ସହରଠାରୁ ମାତ୍ର ୪କି.ମି ଦୂର ଯୁଯୁମରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମପଞ୍ଚାୟତ ଅଧୀନ କେନଘାଟିଠାରେ ପ୍ରାୟ ୫୫ଏକର ପରିମିତ ଜାଗା କିଣିଲୁ। ୨୦୧୬ ମସିହାରେ ଏଠାରେ ପ୍ରଥମେ ହାତଗଣତି କେତୋଟି ପଶୁପକ୍ଷୀ ରଖିଲୁ। ଏହାସହ ଫାର୍ମରେ ଆମ୍ବ, ପିଜୁଳି, ନଡ଼ିଆ ଆଦି ବିଭିନ୍ନ ବୃକ୍ଷଲତା ଲଗାଇଲୁ। ଆଜି ଏହି ଫାର୍ମ ହାଉସରେ ପ୍ରାୟ ୫୦୦ଟି ଆମ୍ବଗଛ, ୩୦୦ଟି ଲେମ୍ବୁଗଛ, ୩୦୦ଟି ନଡ଼ିଆଗଛ, ୨୫୦ଟି ପିଜୁଳି ଗଛ ବ୍ୟତିତ ରୁଦ୍ରାକ୍ଷ, ଡାଳଚିନ, ତେଜପତ୍ର, ସେଓ, ଡାଳିମ୍ବ ଆଦି ବିଭିନ୍ନ ପ୍ରକାର ଫଳଗଛ ଲଗାଯାଇଛି। ଏଥିସହିତ ଜାରବେରା, ଗ୍ଲାଡିୟସ ଆଦି ଫୁଲ ଚାଷ ହେଉଛି। ସ୍ବତନ୍ତ୍ରଭାବେ ଏକ ପଲି ହାଉସ କରି ପ୍ରାୟ ୩ହଜାର ନାଲି ଗୋଲାପ ଗଛ ଲଗାଯାଇଛି। ଏହାବାଦ୍‌ ଓଟପକ୍ଷୀ (ଆଫ୍ରିକାନ) ୧୦୦ଟି, ଏମୁପକ୍ଷୀ ୧୧୦ଟି, ଟର୍କି ୨୫ଟି, ଘୋଡ଼ା ୭ଟି, ୨ଟି ଓଟ, ୪ଟି ପନି-ସ୍କଟଲାଣ୍ଡର, ୨ଟି ପକେଟ ମଙ୍କି, ୭/୮ପ୍ରଜାତିର ପାରା ପ୍ରାୟ ୬୦ରୁ ଅଧିକ ଏବଂ ୬ଟି ପ୍ରଜାତିର ଗାଈ ୧୦୦ଟି ରହିଛନ୍ତି। ୨୫ଏକର ଜମିରେ ଧାନ ଚାଷ ହେଉଛି। ସେହିପରି ମାଛ ଚାଷପାଇଁ ପୋଖରୀ ରହିଛି। ବିଭିନ୍ନ ଔଷଧୀୟ ଓ ମସଲା ଗଛ ମଧ୍ୟ ଲାଗିଛି। ଏସବୁର ସୁରକ୍ଷା ନିମନ୍ତେ ଅଞ୍ଚଳର ପ୍ରାୟ ୩୫ଜଣ ବ୍ୟକ୍ତି ବର୍ଷର ସବୁ ସମୟରେ କାର୍ଯ୍ୟ କରିବା ସହିତ ଭଲ ରୋଜଗାର କରିଥାନ୍ତି। ପଶୁପକ୍ଷୀଙ୍କ ଯତ୍ନଲାଗି ଜଣେ ପ୍ରାଣୀ ଚିକିତ୍ସକ, ଡାଏଟିସିଆନ ଅଛନ୍ତି। ତେବେ ପଲ୍ଲୀହାଉସରୁ ପ୍ରତିଦିନ ପ୍ରାୟ୨ହଜାର ଗୋଲାପ ଫୁଲ, ଗାଈକ୍ଷୀର, ପ୍ରତିବର୍ଷ ଅମଳ ହେଉଥିବା ଧାନ ଓ ଫଳ, ପନିପରିବା ବିକ୍ରିରୁ ମିଳୁଥିବା ଅର୍ଥରେ ଫାର୍ମର କାର୍ଯ୍ୟ ପରିଚାଳନା ହୋଇଥାଏ। କହିବାକୁ ଗଲେ ମାସିକ ପ୍ରାୟ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏକଥା ସତ ଯେ ପିଲାଟି ଦିନରୁ ମୋର ପ୍ରାକୃତିକ ପରିବେଶ ଓ ପଶୁପକ୍ଷୀଙ୍କ ପ୍ରତି ଥିବା ଶ୍ରଦ୍ଧା ଯୋଗୁ ଅଧ୍ୟାପିକା ଚାକିରି ଛାଡ଼ି ଫାର୍ମ ହାଉସ କରିବାକୁ ମନ ବଳାଇଥିଲି। ଆଜି ମୋ ପୁଅ ଓ ଝିଅ ବି ମୋତେ ଏଥିରେ ସାହାଯ୍ୟ କରିଥାନ୍ତି। ତେବେ ପ୍ରତିଦିନ ଫାର୍ମ ହାଉସରେ ସକାଳେ ପ୍ରାୟ ୭ଟାରୁ ୩ଘଣ୍ଟା ସମୟ ଦେଇଥାଏ। ସେହିପରି ସନ୍ଧ୍ୟାରେ ମଧ୍ୟ ଫାର୍ମକୁ ଆସି ବିଭିନ୍ନ ସୁବିଧା ଅସୁବିଧା ବୁଝିଥାଏ। ଏମ୍‌ ଫାର୍ମା ପାଠ ପଢ଼ିଥିବାରୁ ଔଷଧ ଧାରଣା ରହିଛି। ଏବେ କେତୋଟି କଟେଜ୍‌ କରିବାର ପ୍ରୟାସ କରିଛି। କାରଣ ଏଠାକୁ ବିଭିନ୍ନ ସମୟରେ ଅତିଥିମାନେ ବୁଲିବାକୁ ଆସିଥାନ୍ତି । ସେମାନେ ବିଭିନ୍ନ ଔଷଧୀୟ ଗଛଲତା ଫୁଲଫଳ ଓ ପଶୁପକ୍ଷୀଙ୍କୁ ଦେଖି ବହୁତ ଖୁସି ହୋଇଥାନ୍ତି; ଯାହା ମୋତେ ମାନସିକ ଶାନ୍ତି ଦେଇଥାଏ। ମୁଁ ଏତିକି କହିବି, ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠାର ସହିତ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ।
-ଶଙ୍କର ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri