Posted inଫୁରସତ

ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଦେବମାଲି

ଜୟପୁର: ରାଜସ୍ଥାନର ବେୱର ଜିଲାରେ ଅବସ୍ଥିତ ଦେବମାଲି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା କରିଛି। ପର୍ଯ୍ୟଟନ ସ୍ଥଳୀ ଭାବରେ ଲୋକପ୍ରିୟତା ତଥା ସ୍ଥାନୀୟ ସଂସ୍କୃତିର ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଦେବମାଲିକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ଚୟନ କରାଯାଇଛି। ଆସନ୍ତା ନଭେମ୍ବର ୨୭ରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏହି ଗ୍ରାମକୁ ସମ୍ମାନିତ କରିବେ। ଏନେଇ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି। ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା ଦ୍ୱାରା ଦେବମାଲିର ଐତିହାସିକ, ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିପାରିବ ବୋଲି ଦିୟା କହିଛନ୍ତି।
ଅନୁଯାୟୀ, ଭଗବାନ ଦେବନାରାୟଣଙ୍କ ପ୍ରତି ଦେବମାଲି ଗ୍ରାମବାସୀଙ୍କର ଉତ୍ସର୍ଗୀକୃତ ଭକ୍ତି ଓ ଭାବନା ରହି ଆସିଛି। ଗ୍ରାମର ପ୍ରାୟ ୩ ହଜାର ବିଘା ଜମି ଭଗବାନ ଦେବନାରାୟଣଙ୍କୁ ଉତ୍ସର୍ଗ କରାଯାଇଛି। ସେହିପରି ଦୀର୍ଘ ବର୍ଷ ଧରି ଦେବମାଲି ଗ୍ରାମରେ ରହିଆସୁଥିଲେ ମଧ୍ୟ ଏଠାକାର ଗ୍ରାମବାସୀଙ୍କ ନିକଟରେ ସେମାନଙ୍କ ଜମି ମାଲିକାନା ନେଇ କୌଣସି ମଧ୍ୟ ଦସ୍ତାବିଜ ନାହିଁ। ସେହିପରି ଏଠାରେ ଗ୍ରାମବାସୀ ହଜାରରୁ ଅଧିକ ବର୍ଷ ଧରି ମାଟି ଘରେ ରହିବାର ପରମ୍ପରାକୁ ବଜାୟ ରଖିଛନ୍ତି। ସିମେଣ୍ଟ, ଇଟାରେ ନିର୍ମିତ ପକ୍କା ଘରେ ରହିଲେ ଭଗବାନ ଦେବନାରାୟଣ କ୍ରୋଧିତ ହେବେ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ସେହିପରି ଗ୍ରାମର କୌଣସି ବ୍ୟକ୍ତି ଆମିଷ ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ମଦ୍ୟପାନ ମଧ୍ୟ କରନ୍ତି ନାହିଁ। ବହୁ ଦଶନ୍ଧି ଧରି ଏଠାରେ ଚୋରି କିମ୍ବା ଡକାୟତି ମାମଲା ହୋଇ ନାହିଁ। ତେଣୁ ଗ୍ରାମବାସୀମାନେ ରାତିରେ ଶୋଇବା ସମୟରେ କିମ୍ବା ବାହାରକୁ ଯିବା ସମୟରେ ସେମାନଙ୍କ ଘରକୁ ତାଲା ପକାନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ବନ୍ଧୁ ରାଷ୍ଟ୍ର ପାକିସ୍ତାନକୁ ଦେଲା ପାନେ, ଟେଶନରେ ପାକ୍‌

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଆମେରିକା, ଋଷିଆ ସମେତ ବିଶ୍ୱର ଅଧିକାଂଶ ଦେଶ ଏହି...

ଡାକ୍ତର ଦାମୀ ମେଡିସିନ ଲେଖିବା କୌଣସି ଅପରାଧ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୨୫।୪: ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ। ଏସବୁ କଲେ ଡାକ୍ତରଙ୍କ ବରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ। ଏପରି ଗୁରୁତ୍ୱପୂର୍ଣ୍ଣ...

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଲେ ବିଧାୟକ

ଖଡ଼ିଆଳ,୨୫ା୪(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଦୀର୍ଘବର୍ଷ ହେଲା ଟ୍ରାଫିକ ସମସ୍ୟା ଦେଖା ଦେଇଆସୁଛି। ଏଥିଯୋଗୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର...

ଅପମିଶ୍ରିତ ଦେଶୀମଦ ଜବତ ଘଟଣା: ଫେରାର ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରୁ ଫେରାର ଥିବା ଚୋରାମଦ ମାଫିଆ ତ୍ରିଲୋଚନ ସାହୁଙ୍କୁ ଶୁକ୍ରବାର ସକାଳେ କେ.ନୂଆଗାଁ...

ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ପରେ ଏବେ ବ୍ରହ୍ମପୁରରେ ଆସି...

ପାକିସ୍ତାନରେ ହେବ ଷ୍ଟ୍ରାଇକ୍‌: ଭାରତର ମୁସଲମାନ ବନ୍ଧୁ ରାଷ୍ଟ୍ର ଏବେ କାହାପଟେ ହେବେ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଭାରତ ପାକିସ୍ତାନ ଉପରେ ଆତଙ୍କବାଦକୁ ସମର୍ଥନ କରୁଥିବାର ଅଭିଯୋଗ...

ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା: ମୃତ ପର୍ଯ୍ୟଟକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବୁଗୁଡା,୨୫।୪(କାଳୀଚରଣ ଦାଶ): ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡ଼ୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦୀଙ୍କ ବର୍ବରତା ସବୁ...

ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image