କିଏ ଧରିଲେ ‘ଗୋପି ବୋହୂ’ଙ୍କ ହାତ? ହଟିଲା ପରଦା…

ବମ୍ବେ: ହଠାତ୍‌ ବିବାହ କରି ଚମକାଇଥିଲେ ‘ସାଥ୍‌ ନିଭାନା ସାଥିୟା’ ଫେମ୍‌ ଦେବୋଲିନା ଭଟ୍ଟାଚାର୍ଯ୍ୟ। ସେ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧି ଅନେକ ଫଟୋ ଭାଇରାଲ ହେଉଥିଲା। ହେଲେ ତାଙ୍କ ଜୀବନସାଥୀ କିଏ ତାହା ଉପରୁ ପରଦା ହଟି ନ ଥିଲା। ଏବେ ସେହି ରହସ୍ୟ ପେଡ଼ି ଖୋଲିଛି।

ଦେବୋଲିନା ଶାହନବାଜ ଶେଖଙ୍କୁ ବିବାହ କରିଛନ୍ତି। ପେସାରେ ସେ ଜଣେ ଜିମ୍‌ ଟ୍ରେନର। ଉଭୟ ପରସ୍ପରକୁ ଜିମ୍‌ରେ ଭେଟିଥିଲେ। ପରେ ବନ୍ଧୁତା ହୋଇଥିଲା। ଏକଦା ଶୁଟିଂ ସେଟ୍‌ରେ ଆହତ ହୋଇଥିଲେ ଅଭିନେତ୍ରୀ। ଏହାପରେ ଶାହନବାଜ ଦେବୋଲିନାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଥିଲେ। ଏପରିକି ତାଙ୍କୁ ନିଜ ପାଦରେ ଛିଡ଼ା ହୋଇ ଚାଲିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଶାହନବାଜଙ୍କ ସ୍ବଭାବ ଦେବୋଲିନାଙ୍କୁ ପସନ୍ଦ ଆସିଥିଲା। ଦୁହେଁ ପରସ୍ପରକୁ ଦୁଇ ବର୍ଷ ଧରି ଡେଟ୍‌ କରି ଆସୁଥିଲେ। ବିଗ୍‌ବସ୍‌ରେ ପ୍ରତିଯୋଗୀ ଥିବା ବେଳେ ଅଭିନେତ୍ରୀ ବାହାରେ ଜଣଙ୍କୁ ଡେଟ୍‌ କରୁଥିବା କହିଥିଲେ। ଏବେ କିନ୍ତୁ ସମ୍ପର୍କ ଆଉ ପାଦେ ଆଗକୁ ବଢ଼ିଛି। ଉଭୟ ଜୀବନସାଥୀ ଭାବେ ପରସ୍ପରକୁ ବାଛି ନେଇଛନ୍ତି।

Share