Categories: ଫୁରସତ

ଶାନ୍ତି ପାଇଁ ଜୀବନ ଉତ୍ସର୍ଗ କରିଥିଲେ

ସମଗ୍ର ବିଶ୍ୱରେ ଅନେକ ମହାନ ବ୍ୟକ୍ତି ଜନ୍ମ ନେଇଛନ୍ତି, ଯେଉଁମାନେ ସେମାନଙ୍କର କାର୍ଯ୍ୟ ଏବଂ ଚିନ୍ତାଧାରା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏପରି ଲୋକମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ନେଲସନ ମଣ୍ଡେଲା ଅନ୍ୟତମ। ସେ ନିଜର ସମଗ୍ର ଜୀବନକୁ ଶାନ୍ତି ତଥା ବର୍ଣ୍ଣବୈଷମ୍ୟ ବିରୋଧରେ ଉତ୍ସର୍ଗ କରିଥିଲେ। ଜୁଲାଇ ୧୮ରେ ମାଣ୍ଡେଲାଙ୍କ ଜନ୍ମଦିନକୁ ଅନ୍ତର୍ଜାତୀୟ ମଣ୍ଡେଲା ଦିବସ ଭାବରେ ପାଳନ କରାଯାଏ।
ଦିବସ ପ୍ରଥମେ ଜୁଲାଇ ୧୮, ୨୦୧୦ରେ ପାଳନ କରାଯାଇଥିଲା। ଏହାପୂର୍ବରୁ ନଭେମ୍ବର ୨୦୦୯ରେ ମିଳିତ ଜାତିସଂଘ ଆନୁଷ୍ଠାନିକ ଭାବରେ ନେଲସନ ଅନ୍ତର୍ଜାତୀୟ ମଣ୍ଡେଲା ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଜୁଲାଇ ୧୮ରେ ଅନ୍ତର୍ଜାତୀୟ ନେଲସନ ମଣ୍ଡେଲା ଦିବସ ଭାବରେ ପାଳନ କରାଯାଏ। ନେଲସନ ମଣ୍ଡେଲା ତାଙ୍କର ସମଗ୍ର ଜୀବନ ରଙ୍ଗଭେଦ ବିରୋଧରେ ଏବଂ ଶାନ୍ତି ପାଇଁ ଲଢିଥିଲେ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଦାରିଦ୍ର, ସାଂସ୍କୃତିକ ବିବିଧତା, ଶାନ୍ତି ଏବଂ ସମନ୍ବୟ ସହ ଲଢିବାକୁ ଉତ୍ସାହିତ କରିବା।
ବିଶ୍ୱରେ ଶାନ୍ତି ପାଇଁ ନେଲସନ ମଣ୍ଡେଲାଙ୍କ ଅକ୍ଲାନ୍ତ ଉଦ୍ୟମକୁ ଦୃଷ୍ଟିରେ ରଖି ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ସଭା ମଧ୍ୟ ନେଲସନ ମଣ୍ଡେଲା ପୁରସ୍କାର ଦେବାକୁ ଘୋଷଣା କରିଥିଲା। ଏହି ପୁରସ୍କାର ପ୍ରତି ପାଞ୍ଚ ବର୍ଷରେ ଥରେ ଦିଆଯାଏ। ଯେଉଁମାନେ ମାନବିକତାର ସେବାରେ ନିଜର ସମସ୍ତ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ସଫଳତାକୁ ଚିହ୍ନିବା ପାଇଁ ଏହି ପୁରସ୍କାର ଦିଆଯାଏ।

Share