ଲକ୍ଷ୍ନୌ,୧୧ା୯: ଉତ୍ତର ପ୍ରଦେଶ କୌଶମ୍ବିର ସମ୍ପତ ନାମକ ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଇଥିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୮ ବର୍ଷୀୟ ସମ୍ପତ ଶନିବାର ମା’ ଶୀତଲା ମନ୍ଦିରକୁ ଯାଇଥିବାବେଳେ ସେଠାରେ ନିଜ ଜିଭ କାଟି ଦେଇଥିଲେ। ଏହାର ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପତଙ୍କୁ ଡାକ୍ତରଖାନା ନେଇଥିଲା। ତେବେ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଶନିବାର ସ୍ତ୍ରୀ ବନ୍ନୋ ଦେବୀଙ୍କ ସହ ସମ୍ପତ ଗଙ୍ଗା ନଦୀରେ ସ୍ନାନ କରିବା ପରେ ମା’ ଶୀତଲା ଦେବୀଙ୍କ ମନ୍ଦିର ପରିକ୍ରମା କରିଥିଲେ। ଏହାପରେ ସମ୍ପତ ନିଜ ଜିଭ କାଟି ମନ୍ଦିର ଚଉକାଠରେ ଦେବୀଙ୍କ ଉଦ୍ଦେଶ୍ୟରେ ଥୋଇଥିବା ଖରହା ଧାମ୍ ଥାନା ଅଧିକାରୀ ଅଭିଳାଷ ତିଓ୍ବାରୀ କହିଛନ୍ତି।