Categories: ଜାତୀୟ

କରୋନାରୁ ସୁସ୍ଥ ହେବା ପରେ ତିରୁପତିଙ୍କୁ ଚଢ଼ାଇଲେ ସାଢ଼େ ୩ କେଜିର ସୁନା

ଆନ୍ଧ୍ରପ୍ରଦେଶ ତିରୁମାଲାର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରକୁ ଫେବୃୟାରୀ ୨୪ରେ ଜଣେ ଭକ୍ତ ୨ କୋଟି ଟଙ୍କାର ଶଙ୍ଖଚକ୍ର ଦାନ କରିଛନ୍ତି। ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେବାରୁ ସେ ଏପରି କରିଥିବା ଜଣାପଡ଼ିଛି। ତେବେ ଏହି ସୁନା ଅଳଙ୍କାରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତାମିଲନାଡୁର ଥେନୀରେ ରହୁଥିବା ଜଣେ ଭକ୍ତ କରୋନାରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ସେ ସୁସ୍ଥ ହେଲେ ଭଗବାନଙ୍କୁ ୨ କୋଟିର ଶଙ୍ଖଚକ୍ର ଚଢ଼ାଇବେ ବୋଲି ମାନସିକ ରଖିଥିଲେ। ସେ ସୁସ୍ଥ ହେବା ପରେ ଠିକ୍‌ ସେହିପରି କଲେ। ମନ୍ଦିର ଅଧିକାରୀଙ୍କ କହିବାନୁଯାୟୀ, ସୁନାର ଏହି ଶଙ୍ଖ ଏବଂ ଚକ୍ରର ଓଜନ ସାଢ଼େ ୩ କୋଜି।
ପ୍ରକାଶ ଯେ, ତିରୁପତି ମନ୍ଦିର ଭାରତର ସବୁଠାରୁ ଧନୀ ମନ୍ଦିର ମଧ୍ୟରେ ଅନ୍ୟତମ।

Share