ଏଥର ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ

ପୁରୀ ଅଫିସ,୭।୯: ଅକ୍ଟୋବର ୧୦ରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ୨ ବର୍ଷର ବ୍ୟବଧାନ ପରେ ଏଥର କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା।
କରୋନା କଟକଣା ଯୋଗୁ ୨ ବର୍ଷ ହେବ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଥିବା ବେଳେ ପୁରୀ ଯିବାକୁ ହବିଷ୍ୟାଳୀଙ୍କୁ ବାରଣ କରାଯାଇଥିଲା। ହେଲେ ଚଳିତ ବର୍ଷ ସ୍ଥିତି ସାମାନ୍ୟ ଥିବାରୁ ଏଥର ହବିଷ୍ୟାଳିଙ୍କୁ ଗ୍ରୀନ ସିଗନାଲ।

Share