ରଥଯାତ୍ରା ଦେଖିପାରିବେନି ଶ୍ରଦ୍ଧାଳୁ!

ଭୁବନେଶ୍ୱର,୩।୭(ବ୍ୟୁରୋ): ଚଳିତ ଥର ମଧ୍ୟ କରୋନା କଟକଣାରେ ଅନୁଷ୍ଠିତ ହେବ ରଥଯାତ୍ରା। ଏଥିର ବି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଘରେ ରହି ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିବେ ଶ୍ରଦ୍ଧାଳୁ। କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି ପୁରୀ ଜିଲାପାଳ। ଚଳିତ ଥର ପୁରୀ ବଡ଼ଦାଣ୍ଡରେ ଛାତ ଉପରେ ରଥଯାତ୍ରା ଦେଖିବାକୁ କଟକଣା କରାଯାଇଛି। ବଡ଼ ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ଲୋକମାନେ ଠିଆ ହୋଇ ରଥଯାତ୍ରା ଦେଖିପାରିବେନି। ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କଲା ଜିଲାପ୍ରଶାସନ। ରଥଯାତ୍ରା ବେଳେ ଶ୍ରଦ୍ଧାଳୁମାନେ ଘର ଭିତରେ ରହିବେ ବୋଲି ଜିଲାପାଳ କହିଛନ୍ତି। ଏଥିସହ ବଡ଼ଦାଣ୍ଡରେ ଥିବା ହୋଟେଲଗୁଡ଼ିକର ମଧ୍ୟ ସର୍ଭେ କରାଯାଇ ଖାଲି କରାଯିବ। ୨ ଦିନ ପୂର୍ବରୁ ବଡ଼ଦାଣ୍ଡରେ ଥିବା ହୋଟୋଲ ଓ ଧର୍ମଶାାଳାକୁ ଖାଲି କରାଯିବ। ବଡ଼ଦାଣ୍ଡରେ ୨୦୦ରୁ ଊର୍ଦ୍ଧ୍ୱ ଘର ଓ ୪୧ଟି ହୋଟୋଲ ଚିହ୍ନଟ କରାଯାଇଛି। ତେବେ ଏନେଇ ଘର ଓ ହୋଟେଲ ମାଲିକଙ୍କ ସହ ପୋଲିସ ଆଲୋଚନା କରିବ। ଏତଦ୍‌ ବ୍ୟତୀତ ଥାଯାତ୍ରା ବେଳେ ଟାଉନରେ ୧୪୪ ଧାରା କର୍ଫ୍ୟୁ ବଳବତ୍ତର ରହିବ। ରଥଯାତ୍ରାର ଗୋଟିଏ ରାତି ପୁର୍ବରୁ ଓ ପରଦିନ ଅପରାହ୍ନ ଯାଏଁ ଏହି କର୍ଫ୍ୟୁ ଜାରି ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Share