ଜ୍ୱାଳାମୁଖୀ ମନ୍ଦିରରେ ୨ ହଜାର ଟଙ୍କିଆର ୮ ଲକ୍ଷ ଟଙ୍କା ଦାନ କଲେ ଭକ୍ତ…

ଶିମଲା,୨୩।୫ : ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନ ଏହି ପରିମାଣର ଦାନ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ଖବର ଅନୁଯାୟୀ ମନ୍ଦିରର ଆକବରଙ୍କ ଛତା ନିକଟରେ ରଖାଯାଇଥିବା ଦାନ ବାକ୍ସରେ ଏହି ରାଶି ଦାନ କରାଯାଇଥିଲା।

ମନ୍ଦିରର ଜୁନିଅର ଇଞ୍ଜିନିୟର ସୁରେଶ କୁମାର କହିଛନ୍ତି ଅନେକ ଭକ୍ତ ମା’ଙ୍କ ପାଖକୁ ଆସନ୍ତି। ଯେଉଁମାନେ ପ୍ରାୟତଃ ମା’ଙ୍କ ପାଦତଳେ ଏପରି ଭେଟି ଚଢ଼ାଇ ଥାନ୍ତି। ଦାନ କରାଯାଇଥିବା ଏହି ପରିମାଣ ମନ୍ଦିରରେ ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ ହେବ । ଏଥି ସହିତ ଜ୍ୱାଳାମୁଖୀ ମ୍ୟୁନିସିପାଲିଟି କାଉନସିଲର ଅଧ୍ୟକ୍ଷ ଧର୍ମେନ୍ଦ୍ର ଶର୍ମା କହିଛନ୍ତି ସେପ୍ଟେମ୍ବର ପର୍ଯ୍ୟନ୍ତ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଯାଇପାରିବ। ଏପରି ପରିସ୍ଥିତିରେ ଯଦି ମନ୍ଦିର ଦାନ ବାକ୍ସରେ ୨୦୦୦ ଟଙ୍କିଆ ନୋଟ ଜମା ହୁଏ, ତେବେ ନିଶ୍ଚିତ ଭାବରେ ଏହା ଦ୍ୱାରା ମନ୍ଦିରର ବିକାଶ ହେବ। ଏହି ଅର୍ଥ ମନ୍ଦିରର ବିକାଶ କାର୍ଯ୍ୟରେ ଖର୍ଚ୍ଚ ହେବ। ଏପରିସ୍ଥଳେ ଡିସି କାଙ୍ଗଡା ନିପୁନ ଜିନ୍ଦଲ କହିଛନ୍ତି ଏ ବାବଦରେ ଆମକୁ କୌଣସି ଖବର ମିଳି ନାହିଁ।

ଭାରତୀୟ ସେନାର ଡୋଗ୍ରା ରେଜିମେଣ୍ଟର ୨୦ ତମ ବାଟାଲିୟନର ଅଧିକାରୀ ଏବଂ ସୈନିକମାନେ ମେ ମାସରେ ମାଙ୍କ ମନ୍ଦିରରେ ୪୦୦ କିଲୋଗ୍ରାମ ଓଜନର ପିତ୍ତଳ ଧାତୁ ସିଂହ ଯୋଡା ସ୍ଥାପନ କରିଥିଲେ। ଏହି ଅବସରରେ ୨୦ ଡୋଗ୍ରାର କମାଣ୍ଡିଂ ଅଫିସର କଲୋନେଲ ସିଦ୍ଧାର୍ଥ ଭାନୋଟ, ସୁବେଦାର ମେଜର ଦାରା ସିଂ ଏବଂ ସମସ୍ତ ସେବାରତ ତଥା ଅବସରପ୍ରାପ୍ତ ସର୍ଦ୍ଦାର ସାହିବାନ ଏବଂ ସମସ୍ତ ଯବାନ ଉପସ୍ଥିତ ଥିଲେ।

Share