ମନ୍ଦିର ଗର୍ଭଗୃହକୁ ପଶିଲେ ଭକ୍ତ, ଆରଡ଼ିରେ ଅସନ୍ତୋଷ

ଆରଡ଼ି,୬ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ କିଛି ଭକ୍ତଙ୍କୁ ସେବାୟତମାନେ ଶନିବାର ପ୍ରବେଶ କରାଇଥିବା ଅନ୍ୟ କେତେ ଜଣ ସେବାୟତ ଅଭିଯୋଗ କରିଥିଲେ। ମନ୍ଦିର କର୍ମଚାରୀ ମଧ୍ୟ ଏପରି ପ୍ରବେଶ ଅଧିକାରକୁ ବିରୋଧ କରିଥିଲେ ହେଁ ଗର୍ଭଗୃହ ପ୍ରବେଶକୁ ରୋକି ପାରି ନ ଥିଲେ। ଏହାକୁ ନେଇ କିଛି ସମୟ ପାଇଁ କିଛି ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସୁଚାରୁ ରୂପେ ଠାକୁରଙ୍କ ସେବାକାର୍ଯ୍ୟ ଚାଲିଥିଲା। ଏ ସମ୍ପର୍କରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି, ଏହି ଘଟଣା ସେମିତି କିଛି ବଡ଼ ଧରଣର ନୁହଁ। ମନ୍ଦିର ଗର୍ଭଗୃହକୁ ପ୍ରବେଶ ବାରଣ ସତ୍ତ୍ବେ କେଉଁ ପରିସ୍ଥିତିରେ ଭକ୍ତ ପ୍ରବେଶ କରିଛନ୍ତି, ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ମନ୍ଦିର ନୀତିକାନ୍ତିରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିବା ସେ କହିଛନ୍ତି ।

Share