ବଳଦେବଜୀଉଙ୍କ ମନ୍ଦିରରେ ପଶିଲେ ଶ୍ରଦ୍ଧାଳୁ

କେନ୍ଦ୍ରାପଡ଼ା ଅଫିସ,୧ା୧୧: କରୋନା ସଂକ୍ରମଣ ପାଇଁ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ବନ୍ଦ ରହିଛି। ତେବେ ଶନିବାର ସନ୍ଧ୍ୟାରେ ନିୟମ ଉଲ୍ଲଂଘନ କରି ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟରେ ପଶି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏ ନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ରିପୋର୍ଟ ପ୍ରସ୍ତୁତ ସମୟ ସୁଦ୍ଧା କୌଣସି ନିର୍ଣ୍ଣୟ ନିଆଯାଇପାରି ନାହିଁ। ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ରୋକିବା ପାଇଁ ଗତ ଏପ୍ରିଲରୁ ଧର୍ମାନୁଷ୍ଠାନ ବନ୍ଦ ରହିଛି ା ଇତିମଧ୍ୟରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ହୋଇପାରିନାହିଁ ା ତେବେ ଏହି ଅନୁଷ୍ଠାନଗୁଡିକ ଜିଲା ପ୍ରଶାସନର ତନଖି ପରେ ଖୋଲାଯିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏହି ଖବର ଜଣାପଡିବା ପରେ ଶ୍ରୀଜୀଉଙ୍କ ସାନ୍ଧ୍ୟ ଦର୍ଶନ ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ ଅବାଧରେ ପ୍ରବେଶ କରିଥିଲେ। ଏ ସମ୍ପର୍କରେ ଶ୍ରୀଜୀଉଙ୍କ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି, ଗତ ସନ୍ଧ୍ୟାରୁ ଶ୍ରୀଜୀଉଙ୍କ ମନ୍ଦିର ପ୍ରବେଶ ଦ୍ୱାରରେ ମୁତୟନ ଥିବା ପୋଲିସକୁ ଜିଲା ପୋଲିସ ଅନ୍ୟତ୍ର ନିୟୋଜିତ କରିଛନ୍ତି। ପୋଲିସ ନ ଥିବାରୁ ଶ୍ରଦ୍ଧାଳୁ ମନ୍ଦିର ମଧ୍ୟରେ ପଶିଥିବା ନେଇ ଜିଲା ପ୍ରଶାସନକୁ ଟ୍ରଷ୍ଟ ପକ୍ଷରୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିସିନ ଷ୍ଟୋରରୁ ସଟର ତାଲା ଭାଙ୍ଗି ଚୋରି ଘଟଣା: ୨ ପେଶାଦାର ଅପରାଧୀ ଗିରଫ , ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

ବାଲିଗୁଡା,୨୪।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଟାଉନରେ ଏକ ଚୋରି ଘଟଣାରେ ବାଲିଗୁଡା ବୋଲିସ ସୋମବାର ୨ ପେଶାଦାର ଅପରାଧୀଙ୍କ ସମେତ କିଛି ଚୋରୀ...

ଅଚାନକ ଯୋଗାଣ ମନ୍ତ୍ରୀଙ୍କ ଗଞ୍ଜାମ ବ୍ଲକ ଗ୍ରସ୍ତ, ଛାନିଆ ହେଲେ ଅଧିକାରୀ

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ହଠାତ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗ୍ରସ୍ତ କରି ମଣ୍ଡି ପରିଦର୍ଶନ କରିଛନ୍ତି l ମନ୍ତ୍ରୀଙ୍କ ଅଚାନକ ଗ୍ରସ୍ତକୁ...

ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ ): ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା...

ଗଞ୍ଜାମ ସମୁଦ୍ର ତଟରେ ଲାଗିଲା ବିରାଟକାୟ ଲୌହ ପିଣ୍ଡ, ଦେଖିବାକୁ ଲୋକଙ୍କ ଭିଡ଼

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ଵର-ପୋଡମପେଟା ସମୁଦ୍ର କୂଳରେ ଏକ ଲୌହ ପିଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା l ଏହାକୁନେଇ ଭିନ୍ନ ମତ ପ୍ରକାଶ...

ନୂତନ ବ୍ଳକ ମାନ୍ୟତା ଦାବିରେ ଏକାଠି ହେଲେ ୧୪ ପଞ୍ଚାୟତବାସୀ

ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ବ୍ଲକ ସଂଖ୍ୟା ବୃଦ୍ଧି ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାରାୟଣ ନାଏକ ଗତ ବିଧାନସଭାରେ ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଏହି ଘୋଷଣା...

ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ

ଛତ୍ରପୁର,୨୪।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ...

ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି

ବୋଡ଼େନ,୨୪।୨(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକର ଖଇରା ଗ୍ରାମକୁ ବାଗବାହାଲରୁ ବସୁଧା ଯୋଜନାରେ ଜଳଯୋଗାଣ ହେଉଥିଲା। ହେଲେ ୧୫ ଦିନରୁ ଅଧିକ ହେଲା ଠିକାଦାର...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୨୪ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ତେଲକୋଇ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image