ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଆରଡି, ୮।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗହଣ ପଡୁଥିବାରୁ ସୋମବାର ରାତି ୨ଟାରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ସମସ୍ତ ପୂଜା ବିଧି ମୁତାବକ ସମ୍ପନ୍ନ ହୋଇଥିଲା । ଭୋର ୫.୩୦ରେ ମନ୍ଦିର ବନ୍ଦ କରାଯାଇଥିଲା। ଏହି ସମୟରେ ଶହଶହ ଶ୍ରଦ୍ଧାଳୁ ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଇ ଥିଲେ ।

Share