Categories: ଜାତୀୟ

ମୋଦିଙ୍କୁ ଉପଯୁକ୍ତ ଜବାବ ଦେଲେ ବଜରଙ୍ଗବାଲୀଙ୍କ ଭକ୍ତ: କଂଗ୍ରେସ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣନା ଚାଲିଛି। ତେବେ କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ପାର କରିବା ସହ ଏବେ ୧୨୯ଟି ଆସନରେ ଆଗୁଆ ଥିବା ବେଳେ ଭାଜପା ୬୭ ଏବଂ ଜେଡିଏସ ୨୨ଟି ଆସନରେ ଲିଡ କରୁଛି। ଏହି ସମୟରେ ଭାଜପା କର୍ନାଟକରେ ତା’ର ପରାଜୟକୁ ସ୍ବୀକାର କରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି, ଆସନ୍ତା ନିର୍ବାଚନରେ ଆମେ ଭଲ କରିବାକୁ ଚେଷ୍ଟା କରିବୁ। ଦଳକୁ ପୁନଃ ସଂଗଠିତ କରିବୁ। ଆମେ ଚୂଡ଼ାନ୍ତ ଫଳାଫଳକୁ ଅପେକ୍ଷା କରିଛୁ । ତେବେ ବୋମାଇ ତାଙ୍କ ଆସନ ଶିଗାଓଁରୁ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ବଜରଙ୍ଗବାଲୀଙ୍କ ଭକ୍ତମାନେ ମୋଦିଙ୍କୁ ଉପଯୁକ୍ତ ଜବାବ ଦେଇଥିବା କଂଗ୍ରେସ ମୁଖପାତ୍ର ପଓ୍ବନ ଖେଡା କହିଛନ୍ତି।

Share