ଧୂଷୁରୀ,୧ା୧(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ନୂଆବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଭୋର୍ ୪.୩୦ରେ ମନ୍ଦିର ପହଡ଼ ଖୋଲିବା ପରେ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାଲ୍ୟଭୋଗ ସହ ଘର୍ଷଣ ଲାଗି ହୋଇଥିଲା। ଭକ୍ତମାନେ ଲମ୍ବା ଲାଇନରେ ଆସି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭଦ୍ରକ ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ଚାନ୍ଦବାଲି ତହସିଲଦାର, ଆରଡ଼ି ରାଜସ୍ବ ନିରୀକ୍ଷକ ପ୍ରମୁଖ ପୀଠରେ ଉପସ୍ଥିତ ପରିସ୍ଥିତି ଉପରେ ଧ୍ୟାନ ରଖିଥିଲେ। ଧୂଷୁରୀ ଥାନାଧିକାରୀ, ଆରଡ଼ି ଫାଣ୍ଡୀ ଅଧିକାରୀ ଭିଡ଼ ନିୟନ୍ତ୍ରଣ ପାଇଁ ସଜାଗ ଥିଲେ।