ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ୨ବର୍ଷ ପରେ ଘୋଷଯାତ୍ରାରେ ଭକ୍ତମାନେ ସାମିଲ ହେବେ । କୋଭିଡ ପରିସ୍ଥିତି ନଥିଲେ ବହୁ ପରିମାଣରେ ଭକ୍ତ ବଡଦାଣ୍ଡରେ ଏକାଠି ହେବେ ।