ଚମ୍ପୁଆ,୧୫ା୧ (ଡି.ଏନ.ଏ) କେନ୍ଦୁଝର ଜିଲାରେ ପବିତ୍ର ମକର ସଂକ୍ରାନ୍ତି ଧୁମ୍ଧାମ୍ରେ ପାଳନ କରାଯାଇଥାଏ। କିନ୍ତୁ କରୋନା କଟକଣା ଯୋଗୁ ଚଳିତ ବର୍ଷ ମଧ୍ୟ ଏହି ପର୍ବ ଫିକା ପଡ଼ିଛି। ରାଜ୍ୟରେ କରୋନା ଏବଂ ଓମିକ୍ରନ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜନସମାଗମ ଉପରେ ରୋକ୍ ଲଗାଯାଇଥିବାରୁ ମକର ମେଳା ଏକପ୍ରକାର ବନ୍ଦ ହୋଇଯାଇଛି। ଅନ୍ୟପକ୍ଷେ ଲଗାଣ ବର୍ଷା ଲୋକଙ୍କ ଉତ୍ସାହକୁ ଫିକା ପକାଇ ଦେଇଛି। ଚମ୍ପୁଆ ଅଞ୍ଚଳରେ ପ୍ରମୁଖ ମେଳା ପଡ଼ିଆ ଖଁା ଖଁା ହୋଇଯାଇଛି। ଚମ୍ପୁଆ ନିକଟବର୍ତ୍ତୀ ରାମତୀର୍ଥ, କେଶରିକୁଣ୍ଡ, ଦୋମୁହାଣି ଆଦି ପବିତ୍ର ବୈତରଣୀ ତଟରେ ପୂର୍ବବର୍ଷ ଅପେକ୍ଷା କମ୍ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ଦେଖିବାକୁ ମିଳିଥିଲା।