ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି

ପୁରୀ,୨୯ା୧୨(ଅଜିତ କୁମାର ମହାନ୍ତି): ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରବେଶ କରିବା ପରେ ଗୁମୁଟ ଉପରେ ରୁପାଛାଉଣି କାର୍ଯ୍ୟ ଦେଖି ଆକୃଷ୍ଟ ହେବା ସହ ଏକ ନୂଆ ଅନୁଭୂତି ଲାଭ କରିବେ।

ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପଥରବନ୍ଧକୁ ରୁପା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ନୂଆବର୍ଷ ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟ ସମ୍ପନ୍ନ ହେବା ପରେ ଆସନ୍ତା ଦିନରେ ପର୍ଯ୍ୟାୟ କ୍ରମେ ପତିତପାବନଙ୍କ ମନ୍ଦିର ସମେତ ରତ୍ନପଲଙ୍କ ଓ ଚଳନ୍ତି ପ୍ରତିମାଙ୍କ ନିମନ୍ତେ ୭ଟି ପ୍ରଭାକୁ ରୁପା ଛାଉଣି କରାଯିବ। ତେବେ ଦାତାମାନଙ୍କ ଦ୍ୱାରା ପ୍ରଦତ୍ତ ରୁପାରେ କୁଶଳୀ କାରିଗରମାନେ ସିଂହଦ୍ୱାର ଭିତର ଗୁମୁଟ ପଥରବନ୍ଧରେ ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ କରିଛନ୍ତି।

ପଶ୍ଚିମ ଦ୍ବାର, ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରକୁ ମଧ୍ୟ ରୁପାଛାଉଣି କରିବା ପାଇଁ ସେବାୟତମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ୯ଟି ଦ୍ୱାର ଯଥା- କଳାହାଟ ଦ୍ବାର, ବେହରଣ ଦ୍ବାର, ସାତପାହାଚ ଦ୍ବାର, ଭୋଗମଣ୍ଡପ ଦ୍ବାର, ଲକ୍ଷ୍ମୀମନ୍ଦିର ଦ୍ବାର, ବିମଳା ମନ୍ଦିର ଦ୍ବାର, ନୃସିଂହ ମନ୍ଦିର ଦ୍ବାର, ସୂର୍ଯ୍ୟମନ୍ଦିର ଦ୍ବାର ଓ ସିଂହଦ୍ୱାରକୁ ରୁପା ଛାଉଣି କରାଯାଇଥିଲା।

ସେହିଭଳି ଆଗକୁ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଦ୍ୱାରକୁ ସୁନାଛାଉଣି କରାଯିବ ବୋଲି ଯୋଜନା ରହିଥିବା ସୂଚନା ମିଳିଛି। ରୁପା ଛାଉଣି କାର୍ଯ୍ୟକୁ ଯୁବସେବାୟତ ସୂର୍ଯ୍ୟନାରାୟଣ ପୂଜାପଣ୍ଡା ସ୍ବାଗତ କରି କହିଛନ୍ତି, ଏହାର ରକ୍ଷଣାବେକ୍ଷଣ କରାଯିବାର ଆବଶ୍ୟକତା ରହିଛି। ସିଂହଦ୍ୱାର କବାଟର ରୁପାଛାଉଣିରେ ବର୍ଷା ଓ ଲୁଣି ପବନ ବାଜି ରଙ୍ଗ କଳା ପଡ଼ିଗଲାଣି। ଏବେ କେବଳ ରଥଯାତ୍ରା ସମୟରେ କବାଟ ସଫା କରାଯାଉଛି, କିନ୍ତୁ ବର୍ଷକୁ ୩ରୁ ୪ଥର ସଫା କରାଯିବା ଆବଶ୍ୟକ। ସେହିପରି ଏମାର ମଠରୁ ମିଳିଥିବା ରୁପା ଇଟାକୁ ଶ୍ରୀମନ୍ଦିରକୁ ଅଣାଯାଉ ବୋଲି ପୂଜାପଣ୍ଡା ସରକାରଙ୍କୁ ଅନୁରୋଧ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri