ଭକ୍ତ ପାଇବେ ସୁରକ୍ଷା

ଡ. ଗୌରୀଶଙ୍କର ସାହୁ

 

 

“ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିବାବେଳେ ଅନୁଭବ ହୁଏ, ସେ ଗରିବଙ୍କ ଠାକୁର।“ ନବନିର୍ମିତ ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ସାଂସଦମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଇକଥା କହିଥିଲେ। ଏଥର ଜୟଶ୍ରୀରାମ ନୁହେଁ ବରଂ ଜୟଜଗନ୍ନାଥ ଉଚ୍ଚାରଣ କରିଛନ୍ତି। ଗତ ସାଧାରଣ ନିର୍ବାଚନ -୨୦୨୪ରେ ‘୪୦୦ ପାର୍‌’ର ଯୋଜନାକୁ ଅନାୟାସରେ ହାସଲ କରିବାକୁ ଭାବିଥିବା ଭାଜପା ୨୪୦ଟି ଲୋକ ସଭା ଆସନରେ ଜିତିଛି; ଯାହା ସରକାର ଗଠନ ମ୍ୟାଜିକ୍‌ ନମ୍ବରଠାରୁ ୩୨ଟି ଆସନ କମ୍‌ ଓ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨୯୩ଟି ଆସନ ଲାଭ କରିଛି; ଯାହା ପୂର୍ଣ୍ଣ ବହୁମତଠାରୁ ୨୧ଟି ଆସନ ଅଧିକା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଏକାକୀ ୩୦୩ଟି ଆସନରେ ବିଜୟ ଲାଭ କରିଥିଲା ଓ ଏନ୍‌ଡିଏର ଥିଲା ୩୫୩ଟି ଆସନ। ଓଡ଼ିଶାର ୨୧ଟି ଆସନରୁ ଭାଜପା ଜିତିଥିଲା ୮ଟିରେ। ହେଲେ ଏଥର ଓଡ଼ିଶାରୁ ୨୦ ଜଣ ସାଂସଦ ଭାଜପା ଟିକଟରେ ଜିତିଛନ୍ତି।
ଏଠାରେ ଉଲ୍ଲେଖନୀୟ ପରିସଂଖ୍ୟାନ ହେଲା, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ୨୯୭ (୩୫ ପ୍ରତିଶତ ଆସନ)ଟି ଜିଲା ପରିଷଦ ଆସନ ଜିତିଥିବାବେଳେ, ବିଜେଡି ଜିତିଥିଲା ୪୭୩ (୫୬ ପ୍ରତିଶତ ଆସନ)ଟି ଆସନ। ୨୦୨୪ ପୂର୍ବରୁ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ୪୨(୫ପ୍ରତିଶତ ଆସନ)ଟି ଆସନ ଜିତିଥିବାବେଳେ ବିଜେଡି ଜିତିଲା ୭୬୬(୯୦ପ୍ରତିଶତ) ଜିଲାପରିଷଦ ଆସନ। ତେଣୁ ରାଜନୈତିକ ସମୀକ୍ଷକମାନେ ଏଥର କି ଫଳାଫଳ ଆଶା କରୁଥିଲେ ସ୍ବୟଂ ଅନୁମେୟ। ତେଣୁ ବିଜୟ ସୁନିଶ୍ଚିତ ଭାବି ବିଜେଡି ବରିଷ୍ଠ ନେତାମାନଙ୍କୁ ନିର୍ବାଚନ ପ୍ରଚାରରେ ଅଣଦେଖା କଲା । ହେଲେ ସବୁ ଆକଳନକୁ ଭୁଲ୍‌ ପ୍ରମାଣିତ କରି ଭାଜପା ଓଡ଼ିଶାରୁ ଲୋକସଭାରେ ୨୦ଟି ଆସନ ଜିତିବା ଦ୍ୱାରା (ଏନ୍‌ଡିଏ ଏଥର ବହୁମତଠାରୁ ମାତ୍ର ୨୧ଟି ଆସନ ଆଗରେ ଅଛି।) ସତ କହିବାକୁ ଗଲେ ଓଡ଼ିଶାରେ ବିପୁଳ ବିଜୟ ଯାହା ସମସ୍ତଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା। କେନ୍ଦ୍ରରେ ଏକ ମେଣ୍ଟ ସରକାରର ନେତୃତ୍ୱ ନେଇଛନ୍ତି ପୁଣିଥରେ ନରେନ୍ଦ୍ର ମୋଦି ା
ଏଥର ବିଧାନସଭା ନିର୍ବାଚନରେ ୪୦.୨୨ ପ୍ରତିଶତ ଭୋଟ ପାଇ ବିଜେଡି କ୍ଷମତାଠାରୁ ବେଶ୍‌ ଦୂରରେ, ହେଲେ ୪୦.୦୭ ପ୍ରତିଶତ (୦.୧୫ ପ୍ରତିଶତ କମ୍‌) ଭୋଟ ପାଇ ଭାଜପା ମୁଣ୍ଡରେ କ୍ଷମତାର ଶିରପା! ୧୪୭ରୁ ୭୮ଟି ଆସନ ଜିତିଛି ଭାଜପା (ଯାହା ପୂର୍ଣ୍ଣ ବହୁମତଠାରୁ ୪ଟି ଆସନ ଅଧିକ)। ନ ହବା କଥା ହେଲା କେମିତି? ଗତ କିଛିବର୍ଷ ହେଲା ଓ ବିଶେଷକରି ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଚାକଚକ୍ୟ ନଁାରେ ଶ୍ରୀକ୍ଷେତ୍ରରେ ବିଭ୍ରାଟ ସୃଷ୍ଟି କରାଗଲା। ପରିକ୍ରମା ପ୍ରକଳ୍ପ ଆଳରେ ଭକ୍ତଙ୍କୁ, ତୀର୍ଥଯାତ୍ରୀଙ୍କୁ ନାନା ହଇରାଣ ହରକତ କରାଗଲା। ଦେଉଳ ଭିତରେ ଫାଙ୍କ, ଭିତର କାଠ ଖୋଲା ହେଲେ ଏପଟେ ଶତାଧିକ ଲୋକଙ୍କୁ ପୋଲିସ ଛକିଛି ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସାମ୍ନାରେ, ଧାଡ଼ି ଆରମ୍ଭରେ। ଅରୁଣ ସ୍ତମ୍ଭ ପାଖରେ ପହଞ୍ଚତ୍ଲାବେଳକୁ ପୋଲିସର ତିନୋଟି ଛକରେ ଛେକ! ଘଣ୍ଟା ଘଣ୍ଟା ଅଯଥାରେ ବାରିକେଡ୍‌ ଅବା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବାଡ଼ ଭିତରେ ଦୀର୍ଘ ଅପେକ୍ଷାରେ ଯନ୍ତ୍ରଣା ଜର୍ଜରିତ ଭକତେ। ସିଂହଦ୍ୱାର ମୋକ୍ଷର ଦ୍ୱାର। ବାକି ପଶ୍ଚିମ, ଉତ୍ତର, ଦକ୍ଷିଣଦ୍ୱାର ବି ତ ଧର୍ମ, କାମ, ଅର୍ଥର ଦରଜା। ଠାକୁରରାଜା ଗଜପତି, ନେପାଳ ନରେଶ ସବୁବେଳେ ଦକ୍ଷିଣଦ୍ୱାର ଦେଇ ଦେଉଳରେ ପ୍ରବେଶ କରନ୍ତି, ଯାହା ଅର୍ଥର ସିନ୍ଦୁକ ଖୋଲେ ଏବଂ ଅର୍ଥ ରାଜ୍ୟ ଶାସନର ମହତ୍ତ୍ୱପୂର୍ଣ୍ଣ ଆଧାର। ଏପଟେ ପରିକ୍ରମା ପ୍ରକଳ୍ପ ଆରମ୍ଭ ନ ହେଉଣୁ, ସେପଟେ ପଶ୍ଚିମ, ଉତ୍ତର, ଦକ୍ଷିଣଦ୍ୱାର ଦେଇ ୨୪…୭ ପ୍ରବେଶ ନିଷେଧ ଭକ୍ତମାନଙ୍କ ପାଇଁ। ପହଡ଼ ପରେ ଦ୍ୱାର ଅଧା ଖୋଲା ରହିବା ରୀତି। କ୍ଷମତାର କ୍ଷତ୍ରୀମାନେ ପହଡ଼ ନ ହେଉଣୁ ଦ୍ୱାର ସବୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆରମ୍ଭ କଲେ। ପ୍ରତିହାରୀ ସେବକ ନିରୁପାୟ। ଲୋକଙ୍କୁ ବୁଝାଇବା ପାଇଁ ପ୍ରଚାରତନ୍ତ୍ର ଲାଗିଲା- ଭିଡ଼ରୁ ବଞ୍ଚାଇବା ପାଇଁ ଏ ବ୍ୟବସ୍ଥା। ପରିକ୍ରମା କରି ମନଲୋଭା ଚିତ୍ର, ଚରିତ୍ର, ପ୍ରଦର୍ଶନୀ, କାରୁକାର୍ଯ୍ୟ ଉପଭୋଗ କରିବା ପାଇଁ ଏ ବ୍ୟବସ୍ଥା।
ଭକ୍ତ ପୁରୀ ପାଦରେ ଚାଲି ଚାଲି ଆସିବାରେ ଅଭ୍ୟସ୍ତ, ଦର୍ଶନ ପରେ ମଠରେ ଗାମୁଛା ପାରି ଥକ୍କା ମେଣ୍ଟାଇବାରେ, ଅମୂଲ୍ୟ ବହିସବୁ ପଢ଼ିବାରେ ଅନିସନ୍ଧିତ୍ସୁମାନେ ଆନନ୍ଦଲାଭ କରନ୍ତି। ହେଲେ ବୁଲ୍‌ଡୋଜର ଶାସନ ଐତିହ୍ୟସମ୍ପନ୍ନ ମଠଗୁଡ଼ିକୁ ମାଟିରେ ମିଶାଇଦେଲା କଳ, ବଳ, କୌଶଳ ପ୍ରୟୋଗ କରି। ଭାଙ୍ଗିଦେଲା ଗରିବ ଲୋକ, ଦୁଃଖୀ ଓ ସେବାୟତର ବାସଯୋଗ୍ୟ ଘର। ବଡ଼ଠାକୁର ସବୁ ସହିବେ, ତାଙ୍କୁ ଗାଳି ଗୁଲଜ କଲେ ମଧ୍ୟ କିଛି କହିବେ ନାହିଁ। ହେଲେ ଭକ୍ତକୁ ଦୁଃଖ ଦେଲେ, କଷ୍ଟଦେଲେ ସହିପାରିବେ ନାହିଁ। କ୍ଷମତା, ଯଶ, ଧନର ପାହାଡ଼ ଉପରେ ଦଣ୍ଡାୟମାନ ହୋଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଥିଲା, ତା’ ପ୍ରିୟ ରାଜନୀତିର ଖେଳରେ ସେ ଆଜି ଭାଙ୍ଗି ଚୂର୍‌ମାର। ୨୦୨୪ ନିର୍ବାଚନ ଏହାର ମୂକସାକ୍ଷୀ।
”କୌଣସି ଲୋକ ଠାକୁରଙ୍କ ସମ୍ପତ୍ତି ହଡ଼ପ କରି ଠାକୁରଙ୍କ କୋପଦୃଷ୍ଟିରୁ ରକ୍ଷା ପାଇପାରିବ ନାହିଁ। “ (ନ୍ୟାୟମୂର୍ତ୍ତି ଶ୍ରୀଗୋପାଳବଲ୍ଲଭ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ମନେଅଛି ଯେତିକି’ର ପୃଷ୍ଠା ୧୫) ବଡଠାକୁର ତ ସବୁ ସମ୍ପତ୍ତିର ମାଲିକ ହୋଇ ସେ ସବୁରୁ ନିର୍ଲିପ୍ତ, ହେଲେ ଭିତର ରତ୍ନଭଣ୍ଡାର ଯେଉଁଠି ୯୦ ପ୍ରତିଶତ ପାଖାପାଖି ଗହଣାଗାଣ୍ଠି ରହିଛି ବୋଲି ପୁରୀର ସେବାୟତମାନେ କହନ୍ତି, ତା’ ଚାବି କୁଆଡ଼େ ହଜିଲା, ଆଜିଯାଏ କେହି କହିପାରୁ ନାହାନ୍ତି। ଏ କଥା ଭକତେ ସହିବେ କେମିତି? ମୋଦି ସରକାର ଆସିଲେ ରତ୍ନଭଣ୍ଡାର ଖୋଲାଯିବାର ସମସ୍ତ ସମ୍ଭବ ପ୍ରଚେଷ୍ଟା କରାଯିବ କହିଦେଲା ମାତ୍ରେ ବିଜୁଳି ବେଗରେ ଚରିଗଲା ଏ ଖବର ବାଲେଶ୍ୱରରୁ ବଲାଙ୍ଗୀର, ବରଗଡ଼ରୁ ବ୍ରହ୍ମପୁର ପର୍ଯ୍ୟନ୍ତ। ହୋ ଭଗତେ, ଦେଖିପାରିଲେ ନାହିଁ କେହି, ତମେ ରଚିଗଲ ଅଲିଭା ଇତିହାସ।
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏସିରୁ ବାହାରୁ ଥିବା ପବନରୁ ପ୍ରଦୂଷଣ ଦୂର କରିବା ଲାଗି ରବି କୌଶିକ ଏକ ଏସି ପ୍ୟୁରିଫାୟର ତିଆରି କରିଛନ୍ତି। ଏବେ ଏହା ପାଖାପାଖି ୩...

ଅଣସର ଓ ପ୍ରାଚୀ ସଂସ୍କୃତି

ପୀତାମ୍ବର ରାଉତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଦାରୁଦେବତା କିନ୍ତୁ ଜୀବନ୍ତ ଠାକୁର। ଯେଉଁଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ଯାବତୀୟ ମାନବଲୀଳା। ବାରମାସରେ ତେର ପର୍ବ।...

ଏମ୍‌ଏସ୍‌ପି ଓ ଅନ୍ନଦାତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଖରିଫ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ଘୋଷଣା କରାଯାଇଛି।...

Dillip Cherian

ଯୋଗୀଙ୍କ ସଙ୍କେତ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ମନୋଜ କୁମାର ସିଂଙ୍କୁ ନିଯୁକ୍ତ କରିଛନ୍ତି।...

ମହଙ୍ଗା ମାଡ଼

ସାଧାରଣତଃ ନିର୍ବାଚନ ପରେ ଆମ ଦେଶରେ ତେଜରାତିଠାରୁ ଆରମ୍ଭ କରି ପନିପରିବା ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ଥାଏ,...

ପ୍ରକୃତି ଓ ମାନସିକ ସ୍ବାସ୍ଥ୍ୟ

ଏକ ସୁସ୍ଥ ଓ ସମୃଦ୍ଧ ଜୀବନଧାରଣ ଲାଗି ମଣିଷ ପ୍ରକୃତି ଏବଂ ଏହାର ବିଭେଦତା ଉପରେ ଏକାନ୍ତ ନିର୍ଭରଶୀଳ। ବୃକ୍ଷଲତା, ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି କୀଟପତଙ୍ଗ...

ଶ୍ରେଷ୍ଠ ନୀତି ସାମାଜିକ ନ୍ୟାୟ

ବର୍ତ୍ତମାନର ବିପଦପୂର୍ଣ୍ଣ ତଥା ଅନିଶ୍ଚିତ ସମୟରେ ଯେ କେହି ନିରାଶାବାଦୀ ହେବା ସ୍ବାଭାବିକ। ବିଶ୍ୱରେ ଅସ୍ଥିରତା ବଢ଼ିବାରେ ଲାଗିଛି । ପ୍ରତିଦିନ ଆମ ଦେଖିବାରେ ସଂଘର୍ଷ...

ଏଇ ଭାରତରେ

ଚିକେନ ସେଣ୍ଟରରୁ ବାହାରୁଥିବା ପର ଓ ବର୍ଜ୍ୟରୁ ଉଲ ଭଳି ସୂତା ପ୍ରସ୍ତୁତ କରୁଛନ୍ତି ରାଜସ୍ଥାନର ରାଧେଶ ଅଗରହାରି। କେବଳ ଏତିକି ନୁହେଁ ଏହି ବର୍ଜ୍ୟରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri