ରାଇକିଆ,୪।୩(ପ୍ରଦୀପ ବେହେରା):ଆଜି ଠାରୁ ୭ ଦିନବ୍ୟାପି କନ୍ଧମାଳ ଜିଲା ରାଇକିଆ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଇକିଆ ସହର। ମଙ୍ଗଳ ବାର ଅନୁଷ୍ଠିତ କଳସ ଯାତ୍ରାରେ ମହିଳାମାନେ ନଗର ପରିକ୍ରମା କରିବା ପରେ ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଧବାରଠାରୁ ସୋମବାର ପର୍ଯ୍ୟନ୍ତ ବନଯାଗ, ରତ୍ନମୁଦ, ନାମଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ,ଅଗ୍ନି ସ୍ଥାପନ, ଧ୍ୟାନଧିବାସ, ରତ୍ନ ସିଂହାସନରୋଣ, ଧଜ ଭ୍ରମଣ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମେତ ଭଜନ ସନ୍ଧ୍ୟା ମଧ୍ୟ ଅନୁଷ୍ଠିତ ହେବ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।