Categories: ଜାତୀୟ

ଭକ୍ତି ରାଜନୀତି: ଚାନ୍ଦିନି ଚୌକରେ ହନୁମାନ ଚାଳିଶା ପାଠ କଲେ ଏଏପି ନେତା

ନୂଆଦିଲ୍ଲୀ,୨୦।୨: ରାଜଧାନୀ ଦିଲ୍ଲୀରେ ଏବେ ଭକ୍ତି ରାଜନୀତି ଆରମ୍ଭ ହୋଇଛି। ଚାନ୍ଦିନି ଚୌକରେ ଥିବା ଏକ ହନୁମାନ ମନ୍ଦିରକୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭଙ୍ଗା ଯାଇଥିଲା। ମାତ୍ର ପୁରୁଣା ମନ୍ଦିରଠାରୁ କିଛି ଦୂରରେ ଏବେ ରାତାରାତି ନୂଆ ମନ୍ଦିର ନିର୍ମାଣ ହୋଇଯାଇଛି। ଶୁକ୍ରବାର ଭାଜପା ପକ୍ଷରୁ ଏଠାରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ଶନିବାର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ସେଠାରେ ପହଞ୍ଚି ହନୁମାନ ଚାଳିଶା ପାଠ କରିଛନ୍ତି। ଏଏପି ନେତା ଦୁର୍ଗେଶ ପାଠକ ଏଠାରେ ଚାଳିଶା ପାଠ କରିଥିବାବେଳେ ତାଙ୍କ ସହିତ ଚାନ୍ଦିନି ଚୌକ ଏଏପି ବିଧାୟକ ପ୍ରହଲ୍ଲାଦ ସିଂ ସାହାଣୀ ମଧ୍ୟ ଉପସ୍ଥିତ ଥିଲେ। ଶନିବାର ଦିନସାରା ହନୁମାନ ଚାଳିଶା ପାଠର ଆୟୋଜନ କରାଯାଇଥିବା ମନ୍ଦିର ପୂଜାରୀ ଅଶୋକ କୁମାର ଶର୍ମା କହିଛନ୍ତି।

Share