Categories: ଜାତୀୟ

ଘରର ୪ ସଦସ୍ୟଙ୍କୁ ହତ୍ୟାକଲେ ସାନବୋହୂ

କୋଲକାତା,୧୩।୮: ପାରିବାରିକ କଳହକୁ କେନ୍ଦ୍ରକରି କୋଲକାତା ହାଓ୍ବଡ଼ାସ୍ଥିତ ଏମ୍‌ସି ଘୋଷ ଲେନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ସାନବୋହୂ ପଲ୍ଲବୀ ଶାଶୁ, ଦେଢ଼ଶୁର, ଯାଆ ଓ ଝିଆରୀଙ୍କୁ ହତ୍ୟା କରିଛନ୍ତି। ଘଟଣାରେ ପଲ୍ଲବୀଙ୍କ ସ୍ବାମୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ସ୍ଥାନୀୟ ପୋଲିସ ପଲ୍ଲବୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ବାମୀ ଫେରାର୍‌ ଅଛନ୍ତି। ଘରର ପ୍ରଥମ ମହଲାରେ ପଲ୍ଲବୀ ପରିବାର ସହ ରହୁଥିବା ବେଳେ ଦେଢ଼ଶୁରଙ୍କ ପରିବାର ତଳ ମହଲାରେ ରହୁଥିଲେ। ବାଥ୍‌ରୁମ୍‌ ପାଣି କଳ ଖୋଲା ଥିବା ନେଇ ଘରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଶେଷରେ ପଲ୍ଲବୀ ଛୁରିଆଣି ଶାଶୁଙ୍କ ସମେତ ଦେଢ଼ଶୁରଙ୍କ ପରିବାରର ସମସ୍ତଙ୍କ ଗଳାକାଟି ହତ୍ୟା କରିଥିବା ପୋଲିସ କହିଛି। ଅଭିଯୋଗକ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର୍‌ ସ୍ବାମୀଙ୍କୁ ଖୋଜୁଛି ପୋଲିସ।

Share