Categories: ଜାତୀୟ

ଏଲ୍‌ଡିଏଫ୍‌-ୟୁଡିଏଫ୍‌ ମଧ୍ୟରେ ଚାଲିଛି ମ୍ୟାଚ୍‌ ଫିକ୍ସିଂ:ମୋଦି

ଥିରୁଭାନନ୍ତପୁରମ୍‌,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ଏକ ନିର୍ବାଚନୀ ସଭାକୁ ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (ଏଲଡିଏଫ୍‌) ଏବଂ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ୍‌) ମଧ୍ୟରେ ମ୍ୟାଚ ଫିକ୍ସିଂ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ। କେରଳ ବିଧାନସଭା ନିର୍ବାଚନ ୨୦୨୧କୁ ଦୃଷ୍ଟିରେ ରଖି ରାଜ୍ୟରେ ଭାଜପା ପ୍ରଥମ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଭୟଙ୍କ ନାମ ଭିନ୍ନ ହୋଇପାରେ, କିନ୍ତୁ ସେମାନଙ୍କର କାର୍ଯ୍ୟ ସମାନ ଅଟେ। ସେ କହିଛନ୍ତି, ଦୀର୍ଘ ବର୍ଷ ଧରି କେରଳ ରାଜନୀତିରେ ୟୁଡିଏଫ ଏବଂ ଏଲଡିଏଫ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଆସୁଛି। ବର୍ତ୍ତମାନ ରାଜ୍ୟର ଭୋଟରମାନେ ପ୍ରଶ୍ନ କରୁଛନ୍ତି ଯେ ଏହା କେଉଁ ମ୍ୟାଚ ଫିକ୍ସିଂ? ପାଞ୍ଚ ବର୍ଷ ପାଇଁ ଗୋଟିଏ ଲୁଟ ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ଅନ୍ୟ ଏକ ଲୁଟ। ମୁଁ ଭାଜପା ପାଇଁ ଆପଣଙ୍କମାନଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି ବୋଲି ମୋଦି କହିଛନ୍ତି।

Share