ପାରଳାଖେମୁଣ୍ଡି,୨୩ା୭(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସି୍ଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ବି ରହସ୍ୟଘେରରେ ରହିଛି । ମୃତ୍ୟୁ ପଛର ପ୍ରକୃତ କାରଣ ଖୋଜିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋର୍ଦାର କରିଛି । ତେବେ ଶୁକ୍ରବାର ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇଥିବାବେଳେ ସେ ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ଅସ୍ବୀକାର କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁ ପରଠାରୁ ତାଙ୍କ ପରିବାର ଲୋକେ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ସେମାନଙ୍କ ନାଁରେ ସୌମ୍ୟ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଟିମ୍ ଡିଏଫ୍ଓଙ୍କୁ ଜେରା କରୁଛି।