ଡିଜି କଲେଜ ହେଲା ବିଶ୍ୱବିଦ୍ୟାଳୟ

କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି। ଜିଲାର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୫୭ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହା ଜିଲାର ଏକ ମାତ୍ର ସରକାରୀ ମହାବିଦ୍ୟାଳୟ। ଯେଉଁଠି ଉଭୟ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ଏଠାରେ ଥିବା ଭୂତତ୍ତ୍ୱ ବିଜ୍ଞାନ ବିଭାଗ ପାଠ୍ୟକ୍ରମ ପାଇଁ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଦୀର୍ଘଦିନ ହେଲା ଜିଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଦାବି ହୋଇଆସୁଥିଲା। ତେବେ ମୁଖ୍ୟମନ୍ତ୍ରୀ ସୋମବାର କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ବେଳେ ଏହା ପୂର୍ବରୁ ରବିବାର ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା କରିଛନ୍ତି। ଯାହାକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି।

Share