ନୂଆଦିଲ୍ଲୀ,୨୪।୧: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏୟାର ଇଣ୍ଡିଆ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିମାନ ସୁରକ୍ଷା ନିୟମ ଉଲ୍ଲଂଘନ କରିବା ମାମଲାରେ ଏୟାର ଇଣ୍ଡିଆ ଉପରେ ଡିଜିସିଏ ମଙ୍ଗଳବାର ୧.୧୦ କୋଟି ଟଙ୍କା ଜରିମାନା ଲଗାଇଛି। ଏୟାର ଇଣ୍ଡିଆ ବିମାନରେ ନିରନ୍ତର ସୁରକ୍ଷା ନିୟମ ଉଲ୍ଲଂଘନ ହେତୁ ଡିଜିସିଏ ବିମାନ ସେବା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଡିଜିସିଏ ଏ ପର୍ଯ୍ୟନ୍ତ ବିମାନ ସେବା ଉପରେ ଦିଆଯାଇଥିବା ଦଣ୍ଡର ବିବରଣୀ ଏବଂ ଏହି ନିର୍ଦ୍ଦିଷ୍ଟ ଘଟଣାର ବିବରଣୀ ପ୍ରକାଶ କରି ନାହିଁ।
ନିକଟରେ ଏୟାର ଇଣ୍ଡିଆ ସହ ଜଡିତ ଅନେକ ଘଟଣା ସାମ୍ନାକୁ ଆସିଛି ଏବଂ ଏଥିରେ ଭେଜ ଖାଉଥିବା ଯାତ୍ରୀଙ୍କୁ ନନ୍ଭେଜ୍ ଖାଦ୍ୟ ପରଷିବାଠାରୁ ଆରମ୍ଭ କରି ବିମାନର ଛାତରୁ ପାଣି ପଡିବା ପର୍ଯ୍ୟନ୍ତ ଭଳି ମାମଲା ରହିଛି।
DGCA has initiated enforcement action and imposed a penalty of Rs 1.10 crore on Air India over allegations of safety violations of flights operated by Air India on certain long-range terrain critical routes: DGCA pic.twitter.com/f9oOQfx8Fo
— ANI (@ANI) January 24, 2024