ନୂଆଦିଲ୍ଲୀ,୨୪।୧: ପ୍ୟାରିସ୍ରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିବା ଘଟଣାରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଆଭିଏସନ(ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୧୦ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଗତ ଡିସେମ୍ବର ୬ରେ ଘଟିଥିବା ଏହି ଘଟଣା ବିଷୟରେ ଏୟାର ଇଣ୍ଡିଆକୁ ଜଣାଥିବା ସତ୍ତ୍ୱେ ସେ ଡିଜିସିଏକୁ ସୂଚନା ଦିଆଯାଇ ନ ଥିଲା। ତେଣୁ ଏହି କାରଣରୁ ଏୟାର ଇଣ୍ଡିଆ ଉପରେ ଜରିମାନା ଲଗାଯାଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ଏଆଇ-୧୪୨ ବିମାନ ପ୍ୟାରିସରୁ ଦିଲ୍ଲୀ ଯାଉଥିବା ବେଳେ ସେଥିରେ ଜଣେ ପୁରୁଷ ଯାତ୍ରୀ ଜଣେ ମହିଳା ଯାତ୍ରୀଙ୍କୁ କମ୍ବଳ ଉପରେ ପରିସ୍ରା କରିଥିଲେ। ଏହାପରେ ଏୟାରଲାଇନ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଗତ ୧ମାସ ମଧ୍ୟରେ ଦ୍ୱିତୀୟ ଥର ଏୟାର ଇଣ୍ଡିଆକୁ ଜରିମାନା ଲଗାଯାଇଛି।