Categories: ଜାତୀୟ

ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଜରିମାନା, ଦିବ୍ୟାଙ୍ଗଙ୍କୁ ବିମାନରେ ଚଢିବାକୁ କରିଥିଲା ମନା

ନୂଆଦିଲ୍ଲୀ,୨୮ ।୫: ଜଣେ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ବିମାନରେ ଚଢିବାକୁ ଇଣ୍ଡିଗୋ ଏୟାର ଲାଇନ୍ସ ମନା କରିଦେଇଥିବା ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡିଜିସିଏ କମ୍ପାନୀ (ଇଣ୍ଡିଗୋ) ଉପରେ ୫ଲକ୍ଷ ଟଙ୍କାର ଜରିମାନା କରିଛି ।
ସୂଚନାଯୋଗ୍ୟ, ଇଣ୍ଡିଗୋ ମେ’ ୭ରେ ରାଞ୍ଚି ଏୟାରପୋର୍ଟରେ ଜଣେ ଦିବ୍ୟାଙ୍ଗଙ୍କୁ ବିମାନରେ ଚଢିବାକୁ ମନା କରିଦେଇଥିଲା । ଏବେ ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଡିଜିସିଏ କମ୍ପାନୀ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରିଛି ।
ଏହି ଘଟଣାକୁ ନେଇ ଡିଜିସିଏ କମ୍ପାନୀକୁ ବହୁକଥା ଶୁଣାଇଛି । ରେଗୁଲେଟର କହିଛି କମ୍ପାନୀର ଗ୍ରାଉଣ୍ଡ ଷ୍ଟାଫ ଜଣେ ଦିବ୍ୟାଙ୍ଗ ପିଲାଙ୍କୁ ସମ୍ଭାଳି ପାରିଲେ ନାହିଁ । ଓଲଟା ପରିସ୍ଥିତିକୁ ଆହୁରି ଖରାପ କରିଦେଲେ । ଏହି ମାମଲାରେ ସେ ଅଧିକ ସେମ୍ବଦନଶୀଳ ହେବା କଥା । କମ୍ପାନୀର କର୍ମଚାରୀ ଏମିତି କରିପାରିବେ ନାହ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।

Share