ଇଣ୍ଡିଗୋ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୨୮।୭: ବିମାନ ଚଳାଚଳ ନିୟନ୍ତ୍ରକ(ଡିଜିସିଏ) ସୁଲଭ ବିମାନ ସେବା ଯୋଗାଉଥିବା ଘରୋଇ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାଛଡ଼ା ଡିଜିସିଏର ଆବଶ୍ୟକତା ଏବଂ ଓଇଏମ୍‌ର ନିର୍ଦ୍ଦେଶାବଳୀ ଅନୁଯାୟୀ କମ୍ପାନୀକୁ କାଗଜପତ୍ର ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ କୁହାଯାଇଛି। ତେବେ ଏନେଇ ଶୁକ୍ରବାର ସୂଚନା ଦିଆଯାଇଛି।

ଡିଜିସିଏ କହିଛି, ଏହା ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଠିକ୍‌ ସମୟରେ ଏହାର ଉତ୍ତର ଦେବାକୁ କମ୍ପାନୀକୁ କୁହାଯାଇଥିଲା। କମ୍ପାନୀ ଦେଇଥିବା ଜବାବକୁ ସମୀକ୍ଷା କରିବା ପରେ ଏହା ସନ୍ତୋଷଜନକ ନ ଥିଲା। ଏଣୁ ଜରିମାନା ଦେବାକୁ ନିଷ୍ପତ୍ତି ନିଆଯାଇଛି।

Share