Categories: ଜାତୀୟ

ବୈଷୟିକ ତ୍ରୁଟି ଯାଞ୍ଚ୍‌ ପାଇଁ ବିମାନ କମ୍ପାନୀଗୁଡ଼ିକର ସ୍ବତନ୍ତ୍ର ଅଡ଼ିଟ ଆରମ୍ଭ କଲା ଡିଜିସିଏ…

ନୂଆଦିଲ୍ଲୀ,୨୫।୭ : ଗତ କିଛି ଦିନ ଧରି ବିଭିନ୍ନ ବୀମାନ କମ୍ପାନୀର ବିମାନରେ ଉଡ଼ାଣ ସମୟରେ ନାନା ପ୍ରକାର ବୈଷୟିକ ତ୍ରୁଟି ନେଇ ଖବର ପ୍ରକାଶ ପାଇବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ବୈଷୟିକ ତ୍ରୁଟି ଯାଞ୍ଚ୍‌ ପାଇଁ ବିମାନ କମ୍ପାନୀଗୁଡ଼ିକର ସ୍ବତନ୍ତ୍ର ଅଡ଼ିଟ ଆରମ୍ଭ କରିଛି ଡିଜିସିଏ। ଏହି ଦୁଇ ମାସର ସ୍ବତନ୍ତ୍ର ଅଡିଟରେ ବିମାନ କମ୍ପାନୀଗୁଡ଼ିକର ସମସ୍ୟାର ଖୋଳତାଡ଼ କରାଯିବ। ଯାଞ୍ଚ ସମୟରେ ବିମାନକୁ ପ୍ରମାଣପତ୍ର ଦେବା ପାଇଁ ପର୍ଯ୍ୟାପ୍ତ ତଥା ଅଯୋଗ୍ୟ ଇଞ୍ଜିନିୟରିଂ କର୍ମଚାରୀଙ୍କ ନୋଟିସ ଆସିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି।

ଗତ ୪୫ ଦିନ ମଧ୍ୟରେ ବିଭିନ୍ନ ବିମାନ କମ୍ପାନୀର ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ନାନା ଖବର ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଡିଜିସିଏ ଗତ ମାସରେ ଏକ ସରପ୍ରାଇଜ୍‌ ଯାଞ୍ଚ କରିଥିଲେ। ଏହି ସମୟରେ ବହୁ ଗୁରୁତର ତ୍ରୁଟି ସାମ୍ନାକୁ ଆସିଥିଲା। ଡିଜିସିଏ ଏହାର ଜୁଲାଇ ୧୮ ଆଦେଶରେ କହିଥିଲେ ଯେ ଏହି ସ୍ବତନ୍ତ୍ର ଅଡିଟ ସମୟରେ ହ୍ୟାଙ୍ଗର ଏବଂ ଷ୍ଟୋରର ଅଭାବ, କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ଯନ୍ତ୍ରପାତି ମଧ୍ୟ ଯାଞ୍ଚ କରାଯିବ।

Share