Categories: ଜାତୀୟ

ଏୟାରଲାଇନର ବିମାନ ସୁରକ୍ଷା ମୁଖ୍ୟଙ୍କୁ ୧ ମାସ ପାଇଁ ନିଲମ୍ବିତ କଲା ଡିଜିସିଏ

ନୂଆଦିଲ୍ଲୀ,୨୧।୯: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆର ବିମାନ ସୁରକ୍ଷା ମୁଖ୍ୟଙ୍କୁ ଦିଆଯାଇଥିବା ମଞ୍ଜୁରୀ ଉପରେ ଏକ ମାସ ପାଇଁ ରୋକ ଲଗାଇଛି। ଏଥିସହ ଡିଜିସିଏ ଏୟାର ଇଣ୍ଡିଆର ବିମାନ ସୁରକ୍ଷା ମୁଖ୍ୟଙ୍କୁ ଏକ ମାସ ପାଇଁ ନିଲମ୍ବିତ କରିଛି।

ଡିଜିସିଏ ଏୟାର ଇଣ୍ଡିଆର ଦୁର୍ଘଟଣା ରୋକିବା ପ୍ରୋଟୋକଲରେ କିଛି ତ୍ରୁଟି ପାଇଛି, ଯାହା ପରେ ବିମାନ ସୁରକ୍ଷା ମୁଖ୍ୟଙ୍କ ମଞ୍ଜୁରୀକୁ ଏକ ମାସ ପାଇଁ ସ୍ଥଗିତ ରଖାଯାଇଛି। ଅଗଷ୍ଟ ୨୬ରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ,ଡିଜିସିଏର ଦୁଇ ଜଣିଆ ଯାଞ୍ଚକାରୀ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ କରାଯାଇଥିବା ଅଡିଟରେ ଅନେକ ତ୍ରୁଟି ପାଇଛି। ଏହା ପରେ ନିୟାମକ ଅନୁସନ୍ଧାନ ଆରମ୍ଭ ହୋଇଛି।

Share