ଗ୍ଲେନ୍‌ମାର୍କକୁ ଡିଜିସିଆଇ ନୋଟିସ

ନୂଆଦିଲ୍ଲୀ,୨୦ା୭(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ଔଷଧ ଫାବିଫ୍ଲୁ ସମ୍ପର୍କରେ ମିଥ୍ୟା ଦାବି ଓ ଅତ୍ୟଧିକ ମୂଲ୍ୟକୁ ନେଇ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ଏହାର ନିର୍ମାତା ମୁମ୍ବାଇର ଔଷଧ କମ୍ପାନୀ ଗ୍ଲେନ୍‌ମାର୍କକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ନିକଟରେ ଏହି ଔଷଧକୁ ବ୍ୟବହାର ପାଇଁ ଭାରତର ଔଷଧ ମହାନିୟନ୍ତ୍ରକ (ଡିଜିସିଆଇ) ପକ୍ଷରୁ ଅନୁମତି ମିଳିଥିଲା। ଏହି ଔଷଧରେ ଚିକିତ୍ସା ଖର୍ଚ୍ଚ ୧୨,୫୦୦ ଟଙ୍କା ପଡ଼ୁଥିବା ନେଇ ଜଣେ ଏମ୍‌ପି ଅଭିଯୋଗ କରିଥିଲେ। ଗ୍ଲେନ୍‌ମାର୍କ ପ୍ରସ୍ତୁତ ଉକ୍ତ ଔଷଧ ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀଙ୍କ ସ୍ବାର୍ଥରେ ଆସୁନାହିଁ ବୋଲି ସେ କହିଥିଲେ। ଫାବିଫ୍ଲୁ ଉଚ୍ଚ ରକ୍ତଚାପ, ମଧୁମେହ ଆଦି ଅନ୍ୟାନ୍ୟ ରୋଗକୁ ନିୟନ୍ତ୍ରଣ କରିପାରିବ ବୋଲି ଗ୍ଲେନ୍‌ମାର୍କ ପକ୍ଷରୁ ଦାବି କରାଯାଇଥିଲା, ଯାହା ବାସ୍ତବରେ ପରୀକ୍ଷା କରାଯାଇ ନ ଥିବା ଜଣାପଡ଼ିଛି।

Share