ବାଲେଶ୍ଵରରେ ସ୍ଥିତି ସମୀକ୍ଷା କଲେ ଡିଜିପି ଅରୁଣ ଷଡଙ୍ଗୀ

ବାଲେଶ୍ଵର,୨୦।୬(ମାନସ ବିଶ୍ୱାଳ): ଡିଜିପି ଅରୁଣ ଷଡଙ୍ଗୀ ସନ୍ଧ୍ୟା ୭.୩୦ ମିନିଟରେ ବାଲେଶ୍ଵର ପହଞ୍ଚି ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ପରିସରରେ ଡିଜିପିଙ୍କ ସମୀକ୍ଷା ବୈଠକରେ ଆଇଜି ଦୀପକ କୁମାର , ଏଡିଆଇଜି ବି ଯୁଗଳ କିଶୋର , ମୁଖ୍ୟାଳୟ ଏସପି ବି. ଗଙ୍ଗାଧର , ବାଲେଶ୍ଵର ଏସପି ସାଗରିକା ନାଥ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ଗୋଷ୍ଠୀ ସଂଘର୍ଷ ମାମଲା , ଗିରଫ ବ୍ୟକ୍ତି ,ଅଟକ ବ୍ୟକ୍ତି ସହ ବିଭିନ୍ନ ବିଷୟ ଉପରେ ବେଶ୍ ପଚାରି ବୁଝି ପରବର୍ତ୍ତୀ ପରାମର୍ଶ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଗଣ୍ଡଗୋଳରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣ୍ଡଗୋଳକୁ ଜାଣି ଶୁଣି ଅଧିକ କିମ୍ବା ଆଇନକୁ ହାତକୁ ନେବା ନିମନ୍ତେ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

୩ ଟିମ୍ କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ନିୟୋଜିତ ଥିବା ବେଳେ ବାକି ୩ଟିମ୍ ପହଞ୍ଚିଛନ୍ତି ବୋଲି ଡିଜିପି କହିଥିଲେ। ବର୍ତ୍ତମାନ ପୋଲିସ ର ୪୫ ପ୍ଲାଟୁନ ମୁତୟନ ଅଛନ୍ତି। ଶାନ୍ତି ଶୃଙ୍ଖଳା ଖୁବ୍ ଶୀଘ୍ର ଫେରି ଆସିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପରିସ୍ଥିତି ଦେଖି ଖୁବ୍ ଶୀଘ୍ର ଇନଟରନେଟ ସେବା ଯୋଗାଇଦିଆଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Share