ଆସନ୍ତାକାଲି ବଜେଟ୍‌ ଅଧିବେଶନ: ବିଧାନସଭାର ସୁରକ୍ଷା ଯାଞ୍ଚ କଲେ ଡିଜିପି

ଭୁବନେଶ୍ୱର,୨୧ା୭: ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ବସିବ ସପ୍ତଦଶ ବିଧାନସଭାର ବଜେଟ୍‌ ଅଧିବେଶନ। ଏନେଇ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବାକୁ ନିଷ୍ପତ୍ତି ହୋଇଛି। ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ପୂରା ଅଞ୍ଚଳ ସିସିଟିଭିରେ ରହିବ। ପ୍ରବେଶ ଓ ପ୍ରସ୍ଥାନ ପଥରେ ସଶସ୍ତ୍ର ବାହିନୀ ରହିବେ। ଏଥିସହିତ ଡଗ୍‌ ସ୍କ୍ବାଡ୍‌, ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଓଜି ଯବାନ ମଧ୍ୟ ମୁତୟନ ରହିବେ।

Share