କଟକ ଅଫିସ,୨୯।୪: ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବେକାକୁ ହେବାରେ ଲାଗିଛି। ଟେଷ୍ଟିଂ ଯୋଗୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ କୋଭିଡ ସମ୍ପର୍କିତ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପୁଲିସ ଡିଜି ଅଭୟ କହିଛନ୍ତି। ସେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ଅପିଲ କରିଛନ୍ତି।
ଏପ୍ରିଲରେ କେବଳ ଅମାନିଆମାନଙ୍କଠାରୁ ମାସ୍କ ବାବଦରେ ୫ କୋଟି ୨୪ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ମାସ୍କ ଓ ସାମାଜିକ ଦୂରତ୍ୱ ଭଙ୍ଗ ପାଇଁ ମୋଟ ୫.୬୬ କୋଟି ଜରିମାନା ଆଦାୟ କରାଯାଇଛି। ଏପ୍ରିଲ ୩୫୦ ଦୋକାନ ଓ ଇନ୍ଷ୍ଟିଚ୍ୟୁଟ୍ ସିଲ୍ ହୋଇଥିବା ଡିଜିପି କହିଛନ୍ତି। କୋଭିଡ ନିୟମ ଭଙ୍ଗ ପାଇଁ ୪୧୮ ଗିରଫ ହୋଇଛନ୍ତି। ୧୮ ହଜାର ଗାଡ଼ି ଜବତ ହୋଇଛି। ଏଭଳି କରିବାକୁ ଇଚ୍ଛା ନ ଥିଲେ ହେଁ ସୁରକ୍ଷା ପାଇଁ ଏସବୁ କରୁଛୁ ବୋଲି ସେ ମଧ୍ୟ କରୁଛନ୍ତି।