ପୂର୍ବତନ ଡିଜିପି ଏସ୍‌.କେ ଚାଟାର୍ଜୀଙ୍କ ପରଲୋକ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ଓଡ଼ିଶାର ପୂର୍ବତନ ଡିଜିପି ଏସ.କେ ଚାଟାର୍ଜୀଙ୍କର ଶନିବାର ରାତିରେ ନୂଆଦିଲ୍ଲୀ ଠାରେ ଦେହାନ୍ତ ହୋଇଛି। ଏନେଇ ଓଡ଼ିଶା ଡିଜିପି ଅଭୟ ରବିବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।

୧୯୬୬ ବ୍ୟାଚର ଏହି ଆଇପିଏସ ଅଧିକାରୀ ୨୦୦୧ ଏପ୍ରିଲ ୩୦ ତଥା ଅବସର ନେବା ପୂର୍ବରୁ ୧୩ ମାସ ଲାଗି ଓଡ଼ିଶା ଡିଜିପି ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

Share