କୋଭିଡ୍‌ ଯୋଦ୍ଧାଙ୍କ ସହ କଥାହେଲେ ଡିଜିପି

କଟକ ଅଫିସ,୬ା୮: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନାରୁ ସୁସ୍ଥ ହୋଇଥିବା ପୋଲିସ ବିଭାଗର କୋଭିଡ୍‌ ଯୋଦ୍ଧାଙ୍କ ସହ ବୁଧବାର ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ୧୪ଟି ଜିଲାର ପୋଲିସ କୋଭିଡ୍‌ ଯୋଦ୍ଧାମାନେ ସାମିଲ ହୋଇଥିଲେ। ଡିଜିପି ଅଭୟ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକସେବା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଓ ସମର୍ପଣ ମନୋଭାବ ପାଇଁ ପ୍ରଶଂସା କରିଥିଲେ। ଅନେକ କୋଭିଡ୍‌ ଯୋଦ୍ଧା ମଧ୍ୟ ସେମାନଙ୍କ ଅଭିଜ୍ଞତା ରଖିବା ସହ ଭବିଷ୍ୟତରେ ସେମାନେ ପୂର୍ଣ୍ଣ ଦୃଢ଼ତା ଓ ସମର୍ପଣ ମନୋଭାବ ସହ କାର୍ଯ୍ୟ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଭିଡିଓ କନଫରେନ୍ସରେ ସାମିଲ ହୋଇଥିବା ପୋଲିସ ଜିଲାଗୁଡ଼ିକ ମଧ୍ୟରେ ଭୁବନେଶ୍ୱର, କଟକ, ଅନୁଗୋଳ, ବ୍ରହ୍ମପୁର, ବଲାଙ୍ଗିର, କଟକ, ଗଜପତି, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନୟାଗଡ଼, ପୁରୀ ଓ ରାଉରକେଲା ରହିଥିଲା।

Share